ଏସ୍‌ଆର୍‌ ଚେସ୍‌ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର: ପବିତ୍ର ଓଡ଼ିଆ ନୂଆ ବର୍ଷ ଅବସରରେ ସ୍ଥାନୀୟ ସହିଦ ନଗରସ୍ଥିତ ପ୍ଲଟ ନମ୍ବର ୧୫୪ରେ ରାଜ୍ୟର ସର୍ବପୁରାତନ ଏସ୍‌ଆର ଚେସ୍‌ କେନ୍ଦ୍ରର ନୂତନ ଗୃହ ଶନିବାର ଉଦ୍‌ଘାଟିତ ହୋଇଛି। କେଶବାନନ୍ଦ ସ୍ମାରକୀ ବିଜେତା ଆଇଏମ୍‌ ସୋମକ ପାଲିତ୍‌ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। କେନ୍ଦ୍ରର ସଭାପତି ଶୁଭାଶିଷ ପଟ୍ଟନାୟକ, ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକ, ଏଓସିଏ ସମ୍ପାଦକ କେ କେ ଶର୍ମା ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ପ୍ରଶିକ୍ଷକ ସତ୍ୟଜିତ୍‌ ପଟ୍ଟନାୟକ, ପ୍ରଶିକ୍ଷକ ପ୍ରଣବ ମହାନ୍ତି, ଅବିନାଶ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଆଇଏମ୍‌ ସୋମକ ପାଲିତ ନବ ପ୍ରତିଭାମାନଙ୍କୁ ଚେସ୍‌ ସମ୍ପର୍କିତ ଉପାଦେୟ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର