ଏସିଆ କପ୍‌: ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବାକୁ ଯାଇପାରନ୍ତି ଇମ୍ରାନ୍‌ ଖାନ୍‌

କରାଚୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଚିର ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ବୁଧବାର ମ୍ୟାଚ୍‌ ଦେଖିବାକୁ ଯାଇପାରନ୍ତି।

ଇମ୍ରାନ୍‌ ପାକିସ୍ତାନର ମହାନ କ୍ରିକେଟର ଓ ପୂର୍ବତନ ଅଧିନାୟକ ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ହୋଇ ଯାଇଥିଲେ ମଧ୍ୟ କ୍ରିକେଟ୍‌ ଷ୍ଟାଡିୟମ୍‌କୁ ଭୁଲି ନାହାନ୍ତି। ଇମ୍ରାନ୍‌ ଖାନ୍‌ ପାକିସ୍ତାନ (ପିସିବି)ର ମୁଖ୍ୟ ସଂରକ୍ଷକ। ପାକିସ୍ତାନ ଗଣମାଧ୍ୟମକୁ ମିଳିିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁବାଇରେ ବୁଧୁବାର ମ୍ୟାଚ୍‌ ଦେଖିବେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜର ପ୍ରଥମ ବିଦେଶ ଯାତ୍ରାରେ ସାଉଦୀ ଆରବ ଓ ସଂଯୁକ୍ତ ଆରମ ଇମିରେଟ୍‌ ଯାଇଛନ୍ତି। ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଯୁକ୍ତ ଆରମ ଇମିରେଟ୍‌ରେ ୨୦୦୬ ପରେ ପ୍ରଥମ ଥର ମୁକାବିଲା ହେବାକୁ ଯାଉଛି। ଇମ୍ରାନ୍‌ ଖାନ୍‌ ୧୯୮୨ରୁ ୧୯୯୨ ମଧ୍ୟରେ ପାକିସ୍ତାନୀ ଟିମ୍‌ର ଅଧିନାୟକ ଥିଲେ। ଏହି ସମୟ ମଧ୍ୟରେ ସାରଜାରେ ଅନେକ ଗୁଡ଼ିଏ ମ୍ୟାଚ୍‌ ଖେଳାଯାଇଥିଲା।

ସମ୍ବନ୍ଧିତ ଖବର