ଏସିଆ କପ୍‌ ୨୦୧୮: ଏମାନେ ହେଉଛନ୍ତି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ୫ ବ୍ୟାଟସ୍‌ମ୍ୟାନ ଓ ବୋଲର

ଦୁବାଇ: ଟିମ୍‌ ଇଣ୍ଡିଆ ଶୁକ୍ରବାର ଏସିଆ କପ୍‌ ୨୦୧୮ ଫାଇନାଲ ମୁକାବିଲାରେ ବାଂଲାଦେଶକୁ ୩ ଓ୍ଵିକେଟ୍‌ରେ ପରାସ୍ତ କରି ୭ମ ଥର ଚାମ୍ପିଅନ ହୋଇଛି। ଭାରତ ଏହା ପୂର୍ବରୁ ୧୯୮୪, ୧୯୮୮, ୧୯୯୦/୯୧, ୨୦୦୫, ୨୦୧୦ ଓ ୨୦୧୬ରେ ଏସିଆ କପ୍‌ର ଅଧିକାରୀ ହୋଇଥିଲା। ଦୁବାଇ ଓ ଆବୁଧାବିରେ ଖେଳାଯାଇଥିବା ଏସିଆ କପରେ ଏଥର ବ୍ୟାଟ ଓ ବଲ ମଧ୍ୟରେ ରୋମାଞ୍ଚକର ଟକ୍କର ଦେଖିବାକୁ ମିଳିଥିଲା। କିଛି ଖେଳାଳି ନିଜ ପ୍ରଦର୍ଶନ ବଳରେ ଟୁର୍ଣ୍ଣାମେଣ୍ଟରେ ଅଧିକ ପରିଚିତ ହୋଇ ପାରିଛନ୍ତି। ଭାରତୀୟ ବ୍ୟାଟସ୍‌ମ୍ୟାନ ଶିଖର ଧାଓ୍ଵନ ସର୍ବାଧିକ ୩୪୨ ରନ୍‌ ସଂଗ୍ରହ କରି ‘ମ୍ୟାନ୍‌ ଅଫ୍‌ ଦ ସିରିଜ’ ପୁରସ୍କାର ଗ୍ରହଣ କରିଛନ୍ତି। ଏସିଆ କପ୍‌ର ଅନ୍ୟତମ ବିଶିଷ୍ଟ ଖେଳାଳିଙ୍କ ସଂପର୍କ ଏହି ରିପୋର୍ଟ ପ୍ରସ୍ତୁତ।

ଏସିଆ କପ୍‌ରେ ଶ୍ରେଷ୍ଠ ୫ ଜଣ ବ୍ୟାଟସ୍‌ମ୍ୟାନଙ୍କ ତାଲିକା

୧) ଶିଖର ଧାଓ୍ଵନ (ଭାରତ): ୩୪୨ ରନ୍‌, ୧୨୭ ସର୍ବାଧିକ
୨) ରୋହିତ ଶର୍ମା (ଭାରତ): ୩୧୭ ରନ୍‌, ୧୧୧ ସର୍ବାଧିକ
୩) ମୁଶିଫକୁର ରହିମ (ବାଂଲାଦେଶ): ୩୦୨ ରନ୍‌, ୧୪୪ ସର୍ବାଧିକ
୪) ମହମ୍ମଦ ସାହଜାଦ (ଆଫଗାନିସ୍ତାନ): ୨୬୮ ରନ୍‌, ୧୨୪ ସର୍ବାଧିକ
୫) ହସମତୁଲ୍ଲା ସାହିଦ (ଆଫଗାନିସ୍ତାନ): ୨୬୩ ରନ୍‌, ୯୭ ସର୍ବାଧିକ

ଏସିଆ କପ୍‌ରେ ଶ୍ରେଷ୍ଠ ୫ ଜଣ ବୋଲରଙ୍କ ତାଲିକା

୧) ରସିଦ ଖାନ (ଆଫଗାନିସ୍ତାନ): ୫ ମ୍ୟାଚ, ୧୦ ଓ୍ଵିକେଟ୍‌
୨) ମୁସ୍ତାଫିଜୁର ରହମାନ (ବାଂଲାଦେଶ): ୫ ମ୍ୟାଚ, ୧୦ ଓ୍ଵିକେଟ୍‌
୩) କୁଲଦୀପ ଯାଦବ (ଭାରତ): ୬ ମ୍ୟାଚ, ୧୦ ଓ୍ଵିକେଟ୍‌
୪) ଯଶପ୍ରୀତ ବୁମରା (ଭାରତ): ୪ ମ୍ୟାଚ, ୮ ଓ୍ଵିକେଟ୍‌
୫) ରବୀନ୍ଦ୍ର ଜାଦେଜା (ଭାରତ): ୪ ମ୍ୟାଚ, ୭ ଓ୍ଵିକେଟ୍‌

ସମ୍ବନ୍ଧିତ ଖବର