ଏସିଆ କପ: ରବୀନ୍ଦ୍ର ଜାଦେଜଙ୍କୁ ୩ ଓ୍ଵିକେଟ, ଭାରତକୁ ୨୫୩ ରନ୍‌ ଟାର୍ଗେଟ ଦେଲା ଆଫଗାନିସ୍ତାନ

ମହମ୍ମଦ ସାହଜାଦଙ୍କ ବିସ୍ଫୋରକ ଶତକ

ଦୁବାଇ: ଏସିଆ କପ୍‌ର ସୁପର-୪ ମୁକାବିଲାରେ ରବୀନ୍ଦ୍ର ଜାଦେଜା ଆଫଗାନିସ୍ତାନର ୩ ଜଣ ଖେଳାଳିଙ୍କୁ ଆଉଟ୍‌ କରିଛନ୍ତି। ଆଫଗାନିସ୍ତାନ ମହମ୍ମଦ ସାହଜାଦଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମଙ୍ଗଳବାର ଭାରତକୁ ୨୫୩ରନ୍‌ ଟାର୍ଗେଟ ଦେଇିଛି। ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୨୫୨ ରନ୍‌ ସଂଗ୍ରହ କରିଛି। ଭାରତର ୭ମ ଶିକାର ହୋଇଥିଲେ ନାଜିବୁଲା ଜରଦାନ(୨୦)। ସେ ରବୀନ୍ଦ୍ର ଜାଦେଜାଙ୍କ ଦ୍ୱାରା ଏଲବିଡବ୍ଲ ହୋଇ ପାଭଲିଅନ ଫେରିଥିଲେ। ମହମ୍ମଦ ନାଭି ୫୬ଟି ବଲ ଖେଳି ଦଳ ପାଇଁ ୬୪ ରନ୍‌ ଯୋଡ଼ିଥିଲେ। ସେ ଖଲିଲ ଅହମଦଙ୍କ ବଲ କୁଲଦୀପ ଯାଦବଙ୍କୁ କ୍ୟାଚ ଦେଇଥିଲେ।

ଓପନର ଦ୍ୱୟଙ୍କ ଉତ୍ତମ ବୁଝାମଣା ଯୋଗୁଁ ପ୍ରଥମ ଓ୍ଵିକେଟ୍‌ରେ ୬୫ ରନ୍‌ ଯୋଡ଼ିଥିବା ବେଳେ ସ୍କୋର ୮୨ ରନ୍‌ ବେଳକୁ ୪ଟି ମୂଲ୍ୟବାନ ଓ୍ଵିକେଟ୍‌ ହରାଇଛି। ଭାରତର ୫ମ ଶିକାର ହୋଇଥିଲେ ଗୁଲାବଦିନ ନାଇବ(୧୫)। ସ୍କୋର ୧୩୨ରେ ସେ ଦୀପକ ଚାହରଙ୍କ ବଲ କେଦାର ଯାଧବଙ୍କୁ କ୍ୟାଚ ଦେଇଥିଲେ। ସ୍କୋର ୧୮୦ ରନ୍‌ ଥିବା ବେଳେ ସଫଳ ଓପନର ମହମ୍ମଦ ସାହଜାଦ (୧୨୪) କେଦାର ଯାଧବଙ୍କ ବଲ ଦିନେଶ କାର୍ତ୍ତିକଙ୍କୁ ଦେଇଥିଲେ।

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସ୍କୋର ୬୫ ରନ୍‌ରେ ଭାରତର ପ୍ରଥମ ଶିକାର ହୋଇଥିଲେ ଜାଭେଦ ଅହମଦି(୫)। ସ୍କୋର ୮୧ ରନ୍‌ରେ ରସମତ ଶାହ, ୮୨ ରନ୍‌ରେ ହସମତତୁଲା ଓ ଅସଘର ଆଫଗାନ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ରବୀନ୍ଦ୍ର ଜାଦେଜାଙ୍କ ବଲରେ ଅହମଦି ଓ ରସମତ ଶାହ(୩) ଆଉଟ ହୋଇଥିଲେ। ସେହିଭଳି ହସମତତୁଲା(୦) ଓ ଅସଘର(୦)ଙ୍କୁ କୁଲଦୀପ ଯାଦବ ଆଉଟ କରିଥିଲେ। ଆଫଗାନିସ୍ତାନ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାତର ବୋଲିଂ କରିଥିଲା।

ସମ୍ବନ୍ଧିତ ଖବର