ଏସିଆ କପ୍ ଫାଇନାଲରେ ଆଜି ଭାରତ-ବାଂଲାଦେଶ

ଦୁବାଇ:ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଶୁକ୍ରବାର ଫାଇନାଲ‌େର ୬ ଥର ବିଜେତା ଭାରତ ଏବଂ ବାଂଲାଦେଶ ମୁହାଁମୁହିଁ ହେବେ। ଭାରତ ସର୍ବାଧିକ ସପ୍ତମ ଥର ପାଇଁ ବିଜେତା‌ ହେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ‌େସପ‌େଟ ତୃତୀୟ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଥିବା ବାଂଲାଦେଶ ପ୍ରଥମ ଥର ପାଇଁ ବିଜେତା ‌େହବା ଲାଗି ପ୍ରୟାସ କରିବ। ୨୦୧୬ରେ ଆୟୋଜିତ ଗତ ସଂସ୍କରଣରେ ବାଂଲାଦେଶକୁ ହରାଇ ଭାରତ ବି‌େଜତା ହୋଇଥିଲା। ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ସମସ୍ତେ ଭାରତ ଏବଂ ପାକିସ୍ତାନ ଫାଇନାଲ୍ ଖେଳିବେ ବୋଲି ଆଶା ରଖିଥିଲେ। ହେଲେ ବୁଧବାରର ଶେଷ ସୁପରଫୋର୍ ମୁକାବିଲାରେ ପାକିସ୍ତାନକୁ ରୋମାଞ୍ଚକର ଭାବେ ପରାସ୍ତ କରି ବାଂଲାଦେଶ ଫାଇନାଲ ଟିକେଟ ହାସଲ କରି ନେଇଥିଲା। କାଗଜ କଲମ ଏବଂ ଅଭିଜ୍ଞତା‌ ଦୃଷ୍ଟିରୁ କିନ୍ତୁ ଭାରତ ପୁଣି ଥରେ ବିଜେତା ଆଖ୍ୟା ଅର୍ଜନ କରିବାର ଆଶା ଅଧିକ। ତେବେ ବାଂଲାଦେଶ ଅତୀତରେ ଅନେକ ବିପର୍ଯ୍ୟୟ ସୃଷ୍ଟି କରିଥିବାରୁ ଫାଇନାଲରେ କିଛି ବି ହୋଇପାରେ।

ପୂର୍ଣ୍ଣ କ୍ଷମତାରେ ଓହ୍ଲାଇବ ଭାରତ
ଆଫଗାନିସ୍ତାନ ବିପକ୍ଷ ‌ସୁପରଫୋର ମୁକାବିଲାରେ ଭାରତ ୫ ଜଣ ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା। ହେଲେ ଶୁକ୍ରବାର ପୂରା ଶକ୍ତି ନେଇ ଓହ୍ଲାଇବ। ପ୍ରାରମ୍ଭିକ ଯୋଡ଼ି ଶିଖର ଧାୱନଙ୍କ ସହ ଅଧିନାୟକ ରୋହିତ ଶର୍ମା ଫେରିବା ଏକ ପ୍ରକାର ନିଶ୍ଚିତ। ସେହିଭଳି ବୋଲିଂରେ ଭୁବନେଶ୍ବର କୁମାର, ଯଶ୍‌ପ୍ରୀତ ବୁମରା ଓ ୟୁଜବେନ୍ଦ୍ର ଚହଲ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବେ। ଭାରତ ପାଇଁ ଏକମାତ୍ର ଚିନ୍ତାର କାରଣ ହେଉଛି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଖରାପ ଫର୍ମ। ଧୋନି ଆଫଗାନିସ୍ତାନ ବିପକ୍ଷରେ ନେତୃତ୍ବ ନେଇଥିଲେ। ହେଲେ ପ୍ରତ୍ୟେକ ରନ୍ ପାଇଁ ସଂଘର୍ଷ କରିଥିଲେ। ଅମ୍ବାତି ରାୟୁଡୁ ନିଜ ସ୍ଥାନ ବଜାୟ ରଖିବାର ସମ୍ଭାବନା ଅଧିକ ଥିଲା ବେଳେ ଲୋକେଶ ରାହୁଲଙ୍କୁ ସୁଯୋଗ ମିଳି ନପାରେ। ଧାୱନ ୩୨୭ ରନ୍ କରି ପ୍ରତିଯୋଗିତାର ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଛନ୍ତି। ରୋହିତ (୨୬୯) ଏହି କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛନ୍ତି।

ବାଂଲ‌ାଦେଶକୁ ସକିବ ଝଟ୍‌କା
ଏସିଆ କପ୍‌ର ପ୍ରଥମ ଚରଣରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ତମିମ ଇକବାଲଙ୍କ ହାତ ଭାଙ୍ଗିବା ବାଂଲାଦେଶ ପାଇଁ ଏକ ବଡ଼ ଝଟ୍‌କା ହୋଇଥିଲା। ଏବେ ତାରକା ଅଲରାଉଣ୍ଡର ସକିବ-ଅଲ୍-ହାସନ ଫାଇନାଲରୁ ବାଦ ପଡ଼ିଛନ୍ତି। ଟ୍ରଫି ଟକ୍କରରେ ସକିବ ନଖେଳିବା ବାଂଲାଦେଶ ପାଇଁ ଆଉ ଏକ ଶକ୍ତ ଧକ୍କା ଲାଗିଛି। କେବଳ ଏସିଆ କପ୍‌ ଫାଇନାଲ୍‌ ନୁ‌େହଁ ସକିବ ଜିମ୍ବାୱେ ବିପକ୍ଷ ଘ‌େରାଇ ଶୃଙ୍ଖଳା ମଧ୍ୟ ଖେଳି ପାରିବେନାହିଁ ବୋଲି ଜଣାପଡ଼ିଛି। ନିରାଶ ସକିବ ଗୁରୁବାର ସ୍ବଦେଶ ଫେରି ଯାଇଛନ୍ତି। ଅଙ୍ଗୁଳି ଭାଙ୍ଗି ଯାଇଥିବାରୁ ଆସନ୍ତା ୬ ସପ୍ତାହ ପର୍ଯ୍ୟନ୍ତ ସେ କ୍ରିକେଟରୁ ଦୂରେଇ ରହିବେ। ମୁସ୍ତାଫିଜୁର ରେହମାନ, ରୁବେଲ ହୁସେନ ଓ ମସ୍ରଫ୍‌ ମୋର୍ତାଜାଙ୍କ ଭଳି ବୋଲର ଥିବାରୁ ବାଂଲାଦେଶ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇବାକୁ ପୂରା ସକ୍ଷମ। ସକିବ ଦଳରେ ନରହିଲେ ବାଂଲାଦେଶ ସନ୍ତୁଳନ ଟିକିଏ ବିଗିଡ଼ି ଯିବ। ବ୍ୟାଟିଂରେ ଏହି ଦଳ ତା’ ପୂର୍ବ ଅଧିନାୟକ ମୁସଫିକର ରହିମଙ୍କ ଉପରେ ନିର୍ଭରଶୀଳ ରହିବ। ସେହିଭଳି ମହମ୍ମଦୁଲ୍ଲା ମଧ୍ୟ ନିର୍ଣ୍ଣାୟକ ଭୂମିକା ନେବେ। ବାଂଲାଦେଶ ବ୍ୟାଟିଂକ୍ରମକୁ ଅବଶ୍ୟ ଚହଲ, କୁଲଦୀପ ଯାଦବ ଏବଂ ରବୀନ୍ଦ୍ର ଜାଦେଜାଙ୍କୁ ପ୍ରତିହତ କରିବା ଆଦୌ ସହଜ ହେବନି।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଅମ୍ବାତି ରାୟୁଡୁ, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ବର କୁମାର, ଯଶ୍‌ପ୍ରୀତ ବୁମରା।
ସମ୍ଭାବ୍ୟ ବାଂଲାଦେଶ: ମସ୍ରଫ୍‌ ମୋର୍ତାଜା (ଅଧିନାୟକ), ମହମ୍ମଦ ମିଥୁନ, ଲିଟନ ଦାସ, ମୁସଫିକର ରହିମ, ମହମ୍ମଦୁଲ୍ଲା, ମୋସାଦିକ ହୁସେନ, ମେହଦି ହାସନ ମିରାଜ, ନଜମୁଲ ଇସଲାମ, ରୁବେଲ୍ ହୁସେନ, ମୁସ୍ତାଫିଜୁର ରେହମାନ।

ସମ୍ବନ୍ଧିତ ଖବର