ଏସିଆ କପ: ବାଂଲାଦେଶକୁ ୩ ଓ୍ଵିକେଟରେ ହରାଇ ସପ୍ତମ ଥର ଏସିଆ କପ୍‌ ଚାମ୍ପିଅନ ହେଲା ଭାରତ

ଦୁବାଇ: ଏସିଆ କପରେ ଭାରତ ଶୁକ୍ରବାର ୩ ଓ୍ଵିକେଟରେ ବାଂଲାଦେଶକୁ ପରାସ୍ତ କରି ଚାମ୍ପିଅନ ହୋଇଛି। ଦ୍ୱିତୀୟ ଇନିଂସରେ ୨୨୩ ରନ୍‌ ଲକ୍ଷ୍ୟ ନେଇ ଭାରତ ୫୦ ଓଭରରେ ୭ ଓ୍ଵକେଟ ହରାଇ ୨୨୩ ରନ ସଂଗ୍ରହ କରିଛି।

ଓପନର ଶିଖର ଧାଓ୍ଵନ ବାଂଲାଦେଶର ପ୍ରଥମ ଶିକାର ହୋଇଛନ୍ତି। ସେ ୧୪ଟି ବଲରୁ ୩ଟି ଚୌକା ସହିତ ୧୫ ରନ୍‌ ଯୋଡ଼ିଥିଲେ। ନାଜମୁଲ ଇସଲାମଙ୍କ ବଲ ସୌମ୍ୟ ସରକାରଙ୍କୁ କ୍ୟାଚ ଦେଇଥିଲେ ଧାଓ୍ଵନ। ସ୍କୋର ୩୫ ରନ୍‌ରେ ପ୍ରଥମ ଓ୍ଵିକେଟ ଥିବାବେଳେ ୪୬ ରନ୍‌ରେ ଭାରତ ୨ୟ ଓ୍ଵିକେଟ ଭାବରେ ଅମ୍ବାତି ରାୟଡୁ(୨)ଙ୍କୁ ହରାଇଥିଲା। ରାୟଡୁ ମୋର୍ତ୍ତାଜାଙ୍କ ବଲ ରହିମଙ୍କୁ କ୍ୟାତ ଦେଇଥିଲେ। ସେହିପରି ଅଧିନାୟକ ରୋହିତ ଶର୍ମା(୪୮) ବାଂଲାଦେଶର ୩ୟ ଶିକାର ହୋଇଥିଲେ। ସେ ରୁବେଲ ହାସନଙ୍କ ବଲ ନିଜାମୁଲ ଇସଲାମଙ୍କୁ କ୍ୟାଚ ଦେଇଥିଲେ। ୩ୟ ଓ୍ଵିକେଟ ଭାବରେ ଭାରତ ଦିନେଶ କାର୍ତ୍ତିକ(୩୭) ଓ ୧୬୦ ରନ୍‌ରେ ମହେନ୍ଦ୍ର ସିଂହ ଧୋନି(୩୬)ଙ୍କୁ ହରାଇଥିଲା।
ଏସିଆ କପ୍‌ରେ ଶୁକ୍ରବାର ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଟସ୍‌ ଜିଣି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ବାଂଲାଦେଶ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। ଓପନ୍‌ର ଲିଟନ ଦାସଙ୍କ ବିସ୍ଫୋରକ ଶତକ (୧୨୧ ରନ୍‌, ୧୧୭ ବଲ, ୧୨ ଚୌକା, ୨ ଛକା) ବଳରେ ବାଂଲାଦେଶ ୨୨୩ ରନ୍‌ ଭାରତକୁ ଟାର୍ଗେଟ ଦେଇଛି। ପ୍ରଥମ ଓ୍ଵିକେଟରେ ୧୨୦ ରନ୍‌ ଭାଗିଦାରୀ ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ୩୧ ରନ୍‌ ମଧ୍ୟରେ ୫ଟି ଓ୍ଵିକେଟ୍‌ ହରାଇଥିଲା। ବାଂଲାଦେଶ ନିର୍ଦ୍ଧାରିତ ୪୮.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୨୨ ରନ୍‌ ସଂଗ୍ରହ କରିଛି।
ବାଂଲାଦେଶର ଓପନର ଲିଟନ ଦାସ ଓ ମେହେନ୍ଦୀ ହାସନ ୨୦ ଓଭର ପର୍ଯ୍ୟନ୍ତ ଭଲ ବ୍ୟାଟିଂ କରିଥିଲେ। ସେମାନେ ପ୍ରଥମ ଓ୍ଵିକେଟରେ ୧୨୦ ରନ୍‌ ଯୋଡ଼ିଥିଲେ। ଭାରତର ପ୍ରଥମ ଶିକାର ହୋଇଥିଲେ ମେହେନ୍ଦି ହାସନ(୩୨)। ସେ ୫୯ଟି ବଲରୁ ୩ଟି ଚୌକା ମାରିବା ପରେ କେଦାର ଯାଧବଙ୍କ ବଲ ଅବନ୍ତି ରାୟଡୁଙ୍କୁ କ୍ୟାଚ ଦେଇଥିଲେ। ସ୍କୋର ୧୨୮ ରନ୍‌ରେ ବାଲାଂଦେଶ ଇମ୍‌ରୁଲ କାଏସ(୨) ଯୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ଏଲବିଡବ୍ଲୁ ଆଉଟ୍‌ ହୋଇଥିଲେ।
ବାଂଲାଦେଶ ୧୩୭ ରନ୍‌ରେ ମୁଶଫିକର ରହିମ(୫)କୁ ହରାଇଥିଲା। କେଦାର ଯାଧବଙ୍କ ବଲ ଯଶପ୍ରୀତ ବୁମରାଙ୍କୁ କ୍ୟାଚ ଦେଇଥିଲେ ରହିମ। ମହମ୍ମଦ ମିଥୁନ(୨) ଚହଲ ଓ ରବୀନ୍ଦ୍ର ଜାଦେଜାଙ୍କ ଦ୍ୱାରା ରନ ଆଉଟ୍‌ ହୋଇଥିଲେ। ସେହିଭଳି ଭାରତର ୫ମ ଶିକାର ହୋଇଥିଲେ ମହମଦଦୁଲ୍ଲା(୪)। ସ୍କୋର ୧୫୧ ରନରେ ବାଂଲାଦେଶ ମହମଦଦୁଲ୍ଲାଙ୍କୁ ହରାଇଥିଲା।
ସ୍କୋର ୧୮୮ ରନ୍‌ରେ ଲିଟନ ଦାସ କୁଲଦୀପ ଯାଦବଙ୍କ ବଲ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ମୁଶାରଫ ମୋର୍ତ୍ତାଜା ୭ ରନ ଯୋଡ଼ି କୁଲଦୀପ ଯାଦବଙ୍କ ବଲ ଧୋନିଙ୍କୁ କ୍ୟାଚ ଦେଇଥିଲେ। ନାଜମୁଲ ଇସଲାମ(୭) ମନୀଷ ପାଣ୍ଡେଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇ ପାଭଲିଅନ ଫେରିଥିଲେ। ସେହିଭଳି ସ୍କୋର ୨୨୨ ରନ୍‌ରେ ଧୋନି ଓ ଅବାନ୍ତି ରାୟଡୁଙ୍କ ଦ୍ୱାରା ସୌମ୍ୟ ସରକାର(୩୩) ଆଉଟ୍‌ ହୋଇଥିଲେ। ବୁମରାଙ୍କ ଶେଷ ଶିକାର ହୋଇଥିଲେ ରୁବେଲ ହୁସେନ(୦)।

ସମ୍ବନ୍ଧିତ ଖବର