ଅମ୍ପାୟାରଙ୍କ ତ୍ରୁଟି ନେଇ ଧୋନି କହିଲେ – ସର୍ବସାଧାରଣ ସ୍ଥଳରେ ଆଲୋଚନା କରି ଜରିମାନା ଦେବାକୁ ଚାହୁଁ ନାହିଁ

ଦୁବାଇ: ଏସିଆ କପ୍‌ରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମଙ୍ଗଳବାର ହୋଇଥିବା ‘ଟାଇ’ ମ୍ୟାଚ୍‌ରେ ଅମ୍ପାୟାରଙ୍କ ତ୍ରୁଟି ନେଇ ମହେନ୍ଦ୍ର ସିଂହ ଧୋନି କହିଛନ୍ତି, ଏ ବାବଦରେ ମନ୍ତବ୍ୟ ଦେଇ ଜରିମାନା ଦେବାକୁ ଚାହୁଁ ନାହିଁ। ଧୋନି ଓ ଦିନେଶ କାର୍ତ୍ତିକଙ୍କୁ ପଡ଼ିଆର ଅମ୍ପାୟାର – ଗ୍ରେଗରି ବ୍ରେଥେଓ୍ଵଟ(େଓ୍ଵଷ୍ଟଇଣ୍ଡିଜ) ଓ ଅନିସୁର ରହମାନ(ବାଂଲାଦେଶ) ଏଲବିଡବ୍ଲୁ ଆଉଟ୍‌ ଦେଇଥିଲେ। ଟିଭି ରିପ୍ଲାଏରୁ ସ୍ପଷ୍ଟ ହେଉଥିଲା ଯେ, ବଲ ଓ୍ଵିକେଟ୍‌ରେ ଲାଗୁ ନଥିଲା।

ଧୋନିଙ୍କୁ କାମଚଳା ଅଫ୍‌ ସ୍ପିନର ଜାଭେଦ ଅହମଦୀ ଆଉଟ୍‌ କରିଥିଲେ ଓ ସେହି ସମୟରେ ବଲ ଷ୍ଟମ୍ପ ଉପରେ ଯାଉଥିଲା। କାର୍ତ୍ତିକଙ୍କୁ ମହମ୍ମଦ ନବିଙ୍କ ବଲ ଏଲବିଡବ୍ଲୁ ଆଉଟ ଦେବା ସବୁଠାରୁ ବଡ଼ ଭୁଲ ଥିଲା। କାରଣ ବଲ ବାମ ପାର୍ଶ୍ୱର ଷ୍ଟମ୍ପ ବାହାରେ ଯାଉଥିଲା।

କେଦାର ଯାଧବ ମଧ୍ୟ ଦୁଭାଗ୍ୟପୂର୍ଣ୍ଣ ଶୈଳୀରେ ଆଉଟ ହୋଇଥିଲେ ଓ ଭାରତ ୨୫୩ ରନ୍‌ ଲକ୍ଷ୍ୟ ନେଇ ୨୫୨ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଥିଲା। ଏହି ମ୍ୟାଚର ନେତୃତ୍ୱ ନେଇଥିବା ଧୋନି ମ୍ୟାଚ ପରେ କହିଥିଲେ, କିଛି ଖେଳାଳି ରନ୍‌ ଆଉଟ୍‌ ହୋଇଗଲେ ଓ କିଛି ଅନ୍ୟ କାରଣରୁ ପାଭଲିଅନ୍‌ ଫେରିଥିଲେ। ଏ ପ୍ରସଙ୍ଗରେ ଆମେ ଆଲୋଚନା କରିପାରିବା ନାହିଁ, କାରଣ ଏଥି ପାଇଁ ଜରିମାନା ଦେବାକୁ ଚାହୁଁ ନାହିଁ। ଅମ୍ପାୟାରଙ୍କ ନିଷ୍ପତ୍ତି ନେଇ ସାଧାରଣସ୍ଥଳରେ ଆଲୋଚନା କଲେ ଆଇସିସି ଜରିମାନା ଦେବାକୁ ଆଦେଶ କରିପାରନ୍ତି। ଏଥି ପାଇଁ ଧୋନି ଅଲୋଚନା କରି ନାହାନ୍ତି। ସେ ଆଫଗାନିସ୍ତା ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର