ଦୁବାଇ: ଏସିଆ କପ୍ର ହାଇଭୋଲଟେଜ ମୁକାବିଲାରେ ବୁଧବାର ଭାରତ ବିରୋଧରେ ପାକିସ୍ତାନ ଆରମ୍ଭରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ପାକିସ୍ତାନ ୨୮.୧ ଓଭରରେ ୬ଟି ଓ୍ଵିକେଟ୍ ହରାଇ ୧୧୦ ରନ୍ ସଂଗ୍ରହ କରିଛି। ସୋଏବ ମଲ୍ଲିକ(୪୩) ରନ୍ ଆଉଟ୍ ହେବା ପରେ ଆସିଫ ଅଲି(୬) କେଦାର ଯାଧବଙ୍କ ବଲ ଧୋନିଙ୍କୁ କ୍ୟାଚ ଦେଇଛନ୍ତି। ସାଦବ ଖାନ୍ ଓ ଫହୀମ ଆସରଫ କ୍ରିଜ୍ରେ ଅଛନ୍ତି। ଦୁବାଇରେ ଚାଲିଥିବା ଏସିଆ କପ୍ର ଗ୍ରୁପ-ଏ ମ୍ୟାଚରେ ଭାରତର ୪ର୍ଥ ଶିକାର ହୋଇଛନ୍ତି ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମଦ(୬)। ସେ କେଦାର ଯାଦବଙ୍କ ବଲ ମନୀଷ ପାଣ୍ଡେଙ୍କୁ କ୍ୟାଚ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ବାବର ଆଜମ ୬୨ଟି ବଲ ଖେଳି ୪୭ ରନ୍ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ସାମିଲ ଥିଲା। ଏକଦା ପାକିସ୍ତାନ ୨୫ଟି ବଲରେ ୩ ରନରେ ୨ଟି ଓ୍ଵିକେଟ ହରାଇଥିଲା। ଓପନର ଇମାମ-ଉଲ-ହକ୍ ୭ଟି ବଲ ସମ୍ମୁଖୀନ ହୋଇ ୨ ରନ୍ ଯୋଡ଼ିବା ପରେ ଭୁବନେଶ୍ୱର କୁମାରଙ୍କ ବଲ ଓ୍ଵିକେଟକିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ଭୁବନେଶ୍ୱର କୁମାରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ଫାକର ଆଜମ(୦)।