ଏସିଆ କପ୍‌: ଶିଖର ଧାଓ୍ଵନ୍‌ଙ୍କ ୧୪ତମ ଶତକ, ଭାରତର ସ୍କୋର ୨୩୭/୨

ଦୁବାଇ: ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମଙ୍ଗଳବାର ଭାରତୀୟ କ୍ରିକେଟର ଶିଖର ଧାଓ୍ଵନ୍‌ ୧୪ତମ ଶତକ ହାସଲ କରିଛନ୍ତି। ଏସିଆ କପ୍‌ରେ ଭାରତର ପ୍ରଥମ ମ୍ୟାଚ୍‌ରେ ଧାଓ୍ଵନ୍‌ ହଂକଂ ବିରୋଧରେ ଏହି ସଫଳତା ହାସଲ କରିଛନ୍ତି। ‘ଗ୍ରୁପ୍‌-ଏ’ର ଦ୍ୱିତୀୟ ମୁକାବିଲାରେ ଭାରତ ଓ ହଂକଂ ମଧ୍ୟରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳ ଜାରି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୪୦ ଓଭରରେ ୨ଟି ଓ୍ଵିକେଟ୍‌ ହରାଇ ୨୩୭ ରନ୍‌ ସଂଗ୍ରହ କରିଛି। ଦିନେଶ କାର୍ତ୍ତିକ(୨୫ ରନ୍‌) ଓ ଶିଖର ଧାଓ୍ଵନ୍‌ (୧୨୬ରନ୍‌) କ୍ରିଜ୍‌ରେ ଅଛନ୍ତି।

ଭାରତକୁ ପ୍ରଥମ ଝଟକା ଭାବରେ ଅଧିନାୟକ ରୋହିତ ଶର୍ମା ଆଉଟ୍‌ ହୋଇଥିଲେ। ରୋହିତ ୨୩ ରନ୍‌ ସଂଗ୍ରହ କରି ସ୍ପିନର ଅହସାନ ଖାନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ସେ ୨୧ଟି ବଲ୍‌ ଖେଳିଥିଲେ। ହଂକଂର ଦ୍ୱିତୀୟ ଶିକାର ହୋଇଥିଲେ ଅମ୍ବାତି ରାୟଡୁ। ସେ ୬୦ ରନ୍‌ ଯୋଡ଼ିବା ପରେ ଆଉଟ୍‌ ହୋଇଥିଲେ। ଅହସାନ୍‌ ନଓ୍ଵାଜଙ୍କ ବଲରେ ଅମ୍ବାତି ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର