ଦୁବାଇ: ଶିଖର ଧାଓ୍ଵନ୍ଙ୍କ ୧୪ତମ ଶତକ ବଳରେ ଭାରତ ହଂକଂ ବିରୋଧରେ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ୍ ହରାଇ ୨୮୫ ରନ୍ ସଂଗ୍ରହ କରିଛି। ଫଳରେ ହଂକଂକୁ ୨୮୬ ରନ୍ ଟାର୍ଗେଟ ମିଳିଛି। ଏସିଆ କପ୍ରେ ଭାରତର ପ୍ରଥମ ମ୍ୟାଚ୍ରେ ଧାଓ୍ଵନ୍ ହଂକଂ ବିରୋଧରେ ଧାଓ୍ଵନ ୧୨୭ ରନ୍ ସଂଗ୍ରହ କରି କେଡି ସାହାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ‘ଗ୍ରୁପ୍-ଏ’ର ଦ୍ୱିତୀୟ ମୁକାବିଲାରେ ଭାରତ ଓ ହଂକଂ ମଧ୍ୟରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଦିନେଶ କାର୍ତ୍ତିକ(୩୩ ରନ୍) ସଂଗ୍ରହ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶିଖର ଧାଓ୍ଵନ୍ ପ୍ରଥମ ଓ୍ଵିକେଟ୍ ପାଇଁ ରୋହିତ ଶର୍ମାଙ୍କ ସହିତ ୪୫ ରନ୍ ଯୋଡ଼ିଥିଲେ। ଅମ୍ବାତି ରାୟଡୁଙ୍କ ସହିତ ସେ ୧୧୬ ରନ୍ ଓ ଅମ୍ବାତି ରାୟଡୁଙ୍କ ସହିତ ୩ୟ ଓ୍ଵିକେଟ୍ ପାଇଁ ୭୯ ରନ୍ ଭାଗିଦାରୀ ହୋଇଥିଲେ।
ଶିଖର ଧାଓ୍ଵନ୍ଙ୍କ ଓ୍ଵିକେଟ୍ ୨୪୦ ରନ୍ରେ ଘଟିଥିଲା। ସେ ୧୨୦ଟି ବଲ୍ ଖେଳି ୧୪ଟି ଚୌକା ଓ ୨ଟି ଛକା ମାରିଥିଲେ। ଶିଖରଙ୍କ ବ୍ୟତୀତ ରାୟଡୁ ୭୦ଟି ବଲ୍ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। କାର୍ତ୍ତିକ ୩୮ଟି ବଲ ଖେଲି ୩ଟି ଚୌକା ମାରିଥିଲେ।
ଭାରତକୁ ପ୍ରଥମ ଝଟକା ଭାବରେ ଅଧିନାୟକ ରୋହିତ ଶର୍ମା ଆଉଟ୍ ହୋଇଥିଲେ। ରୋହିତ ୨୩ ରନ୍ ସଂଗ୍ରହ କରି ସ୍ପିନର ଅହସାନ ଖାନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ସେ ୨୧ଟି ବଲ୍ ଖେଳିଥିଲେ। ହଂକଂର ଦ୍ୱିତୀୟ ଶିକାର ହୋଇଥିଲେ ଅମ୍ବାତି ରାୟଡୁ। ସେ ୬୦ ରନ୍ ଯୋଡ଼ିବା ପରେ ଆଉଟ୍ ହୋଇଥିଲେ। ଅହସାନ୍ ନଓ୍ଵାଜଙ୍କ ବଲରେ ଅମ୍ବାତି ଆଉଟ୍ ହୋଇଥିଲେ।