ଏସୀୟ ଦିବ୍ୟାଙ୍ଗ ଯୁବ କ୍ରୀଡ଼ା ଜୟନ୍ତୀଙ୍କୁ ଦ୍ୱିତୀୟ ସ୍ୱର୍ଣ୍ଣ

ଭୁବନେଶ୍ୱର: ଦୁବାଇରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ତୃତୀୟ ଏସୀୟ ଦିବ୍ୟାଙ୍ଗ ଯୁବ କ୍ରୀଡ଼ାରେ ଭାରତୀୟ ଦଳରେ ସାମିଲ ଥିବା ଓଡ଼ିଆ ଝିଅ ଜୟନ୍ତୀ ବେହେରା ବ୍ୟକ୍ତିଗତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୨୦ ବର୍ଷରୁ କମ୍‌ ଟି-୪୭ ବର୍ଗର ୧୦୦ ମିଟର ଦୌଡ଼ରେ ସୋମବାର ରୌପ୍ୟ ଏବଂ ୨୦୦ ମିଟରରେ ମଙ୍ଗଳବାର ସ୍ୱର୍ଣ୍ଣ ପଦକ ଜିତିଥିବା ଜୟନ୍ତୀ ବୁଧବାର ୪୦୦ ମିଟରରେ ମଧ୍ୟ ସ୍ୱର୍ଣ୍ଣ ଜିତିବାର ଗୌରବ ବହନ କରିଛନ୍ତି।

ସମ୍ବନ୍ଧିତ ଖବର