ଏସୀୟ କ୍ରୀଡ଼ା ବାସ୍କେଟ୍‌ବଲ୍‌ରେ ଭାରତକୁ ରୌପ୍ୟ

ଜାକର୍ତା: ଏଠାରେ ଚାଲିଥିବା ଏସୀୟ କ୍ରୀଡ଼ା ବାସ୍କେଟ୍‌ବଲ୍‌ (୫x୫) ଟେଷ୍ଟ ଇଭେଣ୍ଟ୍‌ରେ ଭାରତ ଉପବିଜେତା ହୋଇଛି। ଗେଲୋରା ବଙ୍ଗ୍‌ କର୍ନୋ ସ୍ପୋର୍ଟସ୍‌ କଂପ୍ଲେକ୍ସର ଇସ୍ତୋରା ସାନୟନ୍‌ ହଲ୍‌ରେ ମଙ୍ଗଳବାର ଫାଇନାଲ୍‌ରେ ଭାରତ ୬୮-୭୮ ପଏଣ୍ଟ୍‌ରେ ଆୟୋଜକ ଇଣ୍ଡୋନେସିଆ ନିକଟରୁ ହାରି ରୌପ୍ୟ ପଦକ ପାଇଛି। ଏଥି ସହିତ ଇଣ୍ଡୋନେସିଆ ମଧ୍ୟ କିଛି ଦିନ ତଳେ ଭାରତ ନିକଟରୁ ପରାଜୟର ପ୍ରତିଶୋଧ ନେଇଯାଇଛି। ତେବେ ଥାଇଲାଣ୍ଡ୍‌ ନିକଟରୁ ୭୨-୭୯ରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଶେଷରେ ପ୍ରତିଯୋଗିତାରେ ଉପବିଜେତା ହେବା ଦଳ ପାଇଁ ଖୁସୀ ଖବର ହୋଇଛି।

ସମ୍ବନ୍ଧିତ ଖବର