ରୋଲ୍‌ ବଲ୍‌ରେ ଏସୀୟ କୀର୍ତିମାନ

ଭୁବନେଶ୍ବର: ଭାରତୀୟ ରୋଲ୍‌ ବଲ୍‌ ମହାସଂଘ ପକ୍ଷରୁ ଶନିବାର ଦେଶବ୍ୟାପୀ ଏକାଧିକ ଇଭେଣ୍ଟ୍ ଜରିଆରେ ସର୍ବାଧିକ ଖେଳାଳିଙ୍କୁ ସମ୍ପୃକ୍ତ କରାଯାଇ ଏସୀୟ ଓ ଭାରତୀୟ କୀର୍ତିମାନ ବାଦି କରାଯାଇଛି। ଏସିଆ ବୁକ୍‌ ଅଫ୍ ରେକର୍ଡସ ଏବଂ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇବା ପାଇଁ ଏଭଳି ପ୍ରୟାସ କରାଯାଇଛି। ଏହି ଧାରାରେ ସାମିଲ ହୋଇ ଓଡ଼ିଶା ରୋଲ୍ ବଲ୍ ସଂଘ (ଓର୍‌ବା) ମଧ୍ୟ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଏକ କାର୍ଯ୍ୟକ୍ରମରେ ଓଡ଼ିଶାର ୧୬ ଜଣ ସ୍କେଟରଙ୍କୁ ସାମିଲ୍ କରାଯାଇଥିଲା। ସମ୍ପାଦକ ପାର୍ଥ ସାରଥୀ ଜେନାଙ୍କ ତତ୍ବାବଧାନରେ ବାରିଜ ରଂଜନ ମହାନ୍ତି, ଦେବଦତ୍ତ ପଟ୍ଟନାୟକ, ଶିବାନନ୍ଦ ଦାସ, ବୃନ୍ଦାବନ ମହାପାତ୍ର, ମଳୟ ଦାସ, ଅଂଶୁମାନ ନାୟକ, ଅର୍ଚନା ମିଶ୍ର, ସୌଦାମିନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର