ଏସୀୟ ରୋଲର ସ୍କେଟିଂରେ ଭାରତକୁ ୨୬ ପଦକ

ସିଓଲ୍‌ (ଦକ୍ଷିଣ କୋରିଆ): ଏଠାରେ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଥିବା ଅଷ୍ଟାଦଶ ଏସୀୟ ରୋଲର ସ୍କେଟିଂ ପ୍ରତିଯୋଗିତାରେ ମୋଟ ୨୬ ପଦକ ପାଇ ଭାରତ ଅଭିଯାନ ଶେଷ କରିଛି। ଚୀନ୍‌, ଚାଇନିଜ୍‌ ତାଇପେ ଓ ଜାପାନ ଭଳି ଶକ୍ତିଶାଳୀ ଦେଶ ବିପକ୍ଷରେ କଡ଼ା ଆହ୍ଵାନର ସାମ୍‌ନା କରିଥିବା ଭାରତୀୟ ପ୍ରତିଯୋଗୀମାନେ ୩ ସ୍ୱର୍ଣ୍ଣ, ୧୩ ରୌପ୍ୟ ଓ ୧୦ କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତର ୧୫ ରାଜ୍ୟରୁ ମୋଟ ୧୩୭ ପ୍ରତିଯୋଗୀ ୬ ବର୍ଗ (ସ୍ପିଡ୍‌, ଆର୍ଟିଷ୍ଟିକ୍‌, ଇନ୍‌ଲାଇନ୍‌ ଫ୍ରିଷ୍ଟାଇଲ୍‌, ଇନ୍‌ଲାଇନ୍‌ ହକି, ରିଙ୍କ୍‌ ହକି ଓ ସ୍କେଟ୍‌ବୋର୍ଡିଂ)ରେ ଅଂଶ ଗ୍ରହଣ କରିଥିଲେ। ବ୍ୟକ୍ତିଗତ ବର୍ଗରେ ବିକ୍ରମ ୫୦୦ ମିଟର ରେସ୍‌ରେ ଏବଂ ରିଆ ଏଲିଜାବେଥ୍‌ ଏଲିମିନେସନ୍‌ ରେସ୍‌ରେ କାଂସ୍ୟ ପଦକ ଜିତିଥିଲେ। ରୋଲର ହକିରେ ବରିଷ୍ଠ ବାଳିକା ଦଳ ସ୍ୱର୍ଣ୍ଣ, ଇନ୍‌ଲାଇନ୍‌ ହକିରେ କନିଷ୍ଠ ବାଳିକା ଦଳ ରୌପ୍ୟ ଏବଂ କନିଷ୍ଠ ବାଳକ ଦଳ କାଂସ୍ୟ ପଦକ ପାଇଥିଲେ।

ସମ୍ବନ୍ଧିତ ଖବର