ଏସୀୟ ରଗ୍‌ବି ଶିବିରରେ ୧୧ ଓଡ଼ିଆ

ଭୁବନେଶ୍ୱର: ଏସୀୟ ରଗ୍‌ବି ପ୍ରତିଯୋଗିତା (୧୫ ଜଣିଆ) ଲାଗି ସମ୍ଭାବ୍ୟ ଭାରତୀୟ ମହିଳା ଦଳରେ ସ୍ଥାନ ପାଇଛନ୍ତି ୧୧ ଓଡ଼ିଆ ଝିଅ। ଅଧିକାଂଶ କିସ୍‌ ଓ କିଟ୍‌ ଖେଳାଳିଙ୍କୁ ନେଇ ଏହି ୧୧ ଜଣିଆ ଦଳ ବୁଧବାର ମୁମ୍ବାଇ ଗସ୍ତ କରିଛି। ସେଠାରେ ମେ’ ୧୧ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତି ଶିବିର ମୁମ୍ବାଇର ଜିମ୍‌ଖାନା କ୍ଲବ୍‌ରେ ଚାଲିବ। ଏହା ପରେ ଚୂଡାନ୍ତ ଭାରତୀୟ ଦଳ ମନୋନୀତ ହେବ। ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଖେଳାଳିମାନେ ହେଲେ- ମୀରାରାଣୀ ହେମ୍ବ୍ରମ୍‌, ମଞ୍ଜୁଲତା ପ୍ରଧାନ, ସୁମିତ୍ରା ନାୟକ, ଭାଗ୍ୟଲକ୍ଷ୍ମୀ ବାରିକ, ଲକ୍ଷ୍ମୀପ୍ରିୟା ସାହୁ, ସଞ୍ଜୁକ୍ତା ମୁଣ୍ଡା, ଶୁଭଲକ୍ଷ୍ମୀ ବାରିକ, ହୁପି ମାଝୀ, ରଜନୀ ଶବର, ଲିଜା ସରକାର, ପାର୍ବତୀ କିସ୍କୁ। ଖେଳାଳିମାନଙ୍କୁ ବୁଧବାର ଭୁବନେଶ୍ୱର ରେଳଷ୍ଟେସନ୍‌ରେ ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌ ସଂଘ (ଓର୍‌ଫା)ର ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି ଶୁଭକାମନା ଜଣାଇଥିଲେ। ସୂଚନାଯୋଗ୍ୟ, ଜୁନ ୧ରୁ ୬ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁରୁଠାରେ ପ୍ରଥମ ଏସୀୟ ରଗ୍‌ବି (୧୫ ଜଣିଆ) ଡିଭିଜନ୍‌-୧ ପ୍ରତିଯୋଗିତା ଆୟୋଜିତ ହୋଇଛି।

ସମ୍ବନ୍ଧିତ ଖବର