ଏସୀୟ କ୍ରୀଡ଼ା ଶିବିରରେ ଦିଲ୍ଲୀପ, ପାୟଲ

ଭୁବନେଶ୍ୱର: ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଲାଗି ଭାରତୀୟ କରାଟେ ସଂଘ ଆନୁକୂଲ୍ୟରେ ମଧ୍ୟପ୍ରଦେଶରେ ହେବାକୁଥିବା ଜାତୀୟ ଶିବିରକୁ ଦୁଇ ଓଡ଼ିଆ କରାଟେକା ଦିଲ୍ଲୀପ କୁମାର ଜେନା ଏବଂ ପାୟଲ ବରାଳ ମନୋନୀତ ହୋଇଛନ୍ତି। ଏସୀୟ କ୍ରୀଡ଼ା ଆସନ୍ତା ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକର୍ତାରେ ଅନୁଷ୍ଠିତ ହେବ। ବିଗତ ଜାତୀୟ ପ୍ରତିଯୋଗିତାରେ ସଫଳତା ପାଇଥିବା ଏହି ଦୁଇ ଅନ୍ତର୍ଜାତୀୟ ଓଡ଼ିଆ ଖେଳାଳି ପ୍ରଥମ ପର୍ଯ୍ୟାୟ ଶିବିର ଲାଗି ଚୟନ ହୋଇଥିବାରୁ ରାଜ୍ୟ କରାଟେ ସଂଘ ସମ୍ପାଦକ ଡ. ହରି ପ୍ରସାଦ ପଟ୍ଟନାୟକଙ୍କ ସମେତ ଅନ୍ୟ କର୍ମକର୍ତମାନେ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର