ଏସୀୟ କ୍ରୀଡା: ଭାରତକୁ ଦ୍ୱିତୀୟ ରୌପ୍ୟ ଦେଲେ ସୁଟର ଲକ୍ଷ୍ୟ

ଜାକର୍ତ୍ତା: ଏଠାରେ ଚାଲିଥିବା ଏସୀୟ କ୍ରୀଡାରେ ଭାରତକୁ ପୁଣି ଏକ ରୌପ୍ୟ ପଦକ ମିଳିଛି। ବନ୍ଧୁକ ଚଳନାରେ ଭାରତ ଲାଗି ରୌପ୍ୟ ପଦକ ଜିଣିଛନ୍ତି ଲକ୍ଷ୍ୟ। ପୁରୁଷ ଟ୍ରାପ୍‌ ବିଭାଗରେ ଲକ୍ଷ୍ୟ ଦ୍ୱିତୀୟ ସ୍ଥାନ ହାସଲ କରି ପଦକ ଜିଣିଛନ୍ତି। ତାଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ଜିଣିଛନ୍ତି ତାଇପେଇର ୟାଙ୍ଗ କେ। ତେବେ ଏହି ବିଭାଗରେ ଚତୁର୍ଥ ସ୍ଥାନରେ ରହିଛନ୍ତି ଭାରତୀୟ ସୁଟର ମାନବଜିତ୍‌ ସିଂ ସିନ୍ଧୁ। ସେ ଅଳ୍ପକେ ପଦକ ଲାଭରୁ ବଞ୍ଚିତ ହୋଇଛନ୍ତି।

ଆଜି ସକାଳେ ପୁରୁଷ ୧୦ମିଟର ଏୟାର ରାଇଫଲ୍‌ ବିଭାଗରେ ଦ୍ୱିତୀୟ ହୋଇ ଦୀପକ କୁମାର ଭାରତ ଲାଗି ରୌପ୍ୟ ପଦକ ଆଣିଥିଲେ। ଅନ୍ୟପକ୍ଷରେ ୫୦କେଜି ବର୍ଗ କୁସ୍ତିର ଫାଇନାଲରେ ପ୍ରବେଶ କରି ବିଦେଶ ଫୋଗଟ୍‌ ଭାରତ ଲାଗି ଆଉ ଏକ ପଦକ ନିଶ୍ଚିତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ ୧ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିଣିଛି। ଆଜି ଭାରତର ପଦକ ତାଲିକାରେ ଆଉ କେତେଟି ପଦକ ଯୋଡ଼ି ହେବାର ଆଶା ରହିଛି।

ସମ୍ବନ୍ଧିତ ଖବର