ଏସୀୟ କ୍ରୀଡା: ମହିଳା ଟେନିସ୍‌ରେ ଅଙ୍କିତା ରୈନାଙ୍କ କାଂସ୍ୟ ପରେ ୧୫ ବର୍ଷୀୟ ସୁଟର ଶାର୍ଦ୍ଦୁଳ ଭିହାନ ଜିତିଲେ ରୌପ୍ୟ

ଜାକର୍ତ୍ତା: ଏସୀୟ କ୍ରୀଡାର ୫ମ ଦିନରେ ଭାରତ ପାଇଁ ପ୍ରଥମ ପଦକ ମହିଳା ଟେନିସ୍‌ ଖେଳାଳି ଅଙ୍କିତା ରାଇନା ଆଣିଥିବା ପରେ ଦ୍ୱିତୀୟ ପଦକ ହାସଲ କରିଛନ୍ତି ୧୫ ବର୍ଷୀୟ ସୁଟର ଶାର୍ଦ୍ଦୁଳ ଭିହାନ୍‌ । ସେ ପୁରୁଷ ବନ୍ଧୁକ ଚାଳନାର ଡବଲ୍‌ ଟ୍ରାପ୍‌ ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଅଙ୍କିତା ରାଇନା ଚାଇନାରେ ସୁଆଇ ଝାଙ୍ଗଙ୍କଠାରୁ ପରାଜିତ ହୋଇ ମହିଳା ସିଙ୍ଗଲ୍‌ସ୍‌ରେ ତୃତୀୟସ୍ଥାନ ଅଧିକାର କରି କାଂସ୍ୟ ପଦକ ଲାଭ କରିଛନ୍ତି। ଅନ୍ୟ ଏକ ଖୁସି ଖବର ହେଲା ରୋହନ ବୋପାନ୍ନା ଓ ଦିଭିଜ ଶରନ ପୁରୁଷ ଡବଲସ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହି ବିଭାଗରେ ଭାରତ ଲାଗି ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ସୁନିଶ୍ଚିତ ହୋଇଛି। ଇତିମଧ୍ୟରେ ଭାରତ ୪ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଏବଂ ୯ଟି କାଂସ୍ୟ ପଦକ ଲାଭ କରି ପଦକ ତାଲିକାରେ ୭ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଦୁଇ ଭାରତୀୟ ମହିଳା ବ୍ୟାଡମିଣ୍ଟନ୍‌ ଖେଳାଳି ପି.ଭି ସିନ୍ଧୁ ଏବଂ ସାଇନା ନେହେଓ୍ଵାଲ୍‌ଙ୍କର ଆଜି ପଦକ ଜିଣିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର