ଏସୀୟ କ୍ରୀଡ଼ା: ଟେବୁଲ ଟେନିସ୍‌ର ମିକ୍ସ ଡବଲସ୍‌ରେ ଭାରତକୁ କାଂସ୍ୟ ପଦକ

ଜାକର୍ତ୍ତା: ଭାରତର ଷ୍ଟାର ମହିଳା ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଓ ତାଙ୍କର ପୁରୁଷ ଯୋଡିଦାର ଅଚନ୍ତ ଶରଥ କମଲ ୧୮ତମ ଏସୀୟ କ୍ରୀଡ଼ାର ଏକାଦଶ ଦିବସ ସେମିଫାଇନାଲରେ ପରାସ୍ତ ହୋଇ କାଂସ୍ୟ ପଦକ ଜିତିଛନ୍ତି। ମିଶ୍ରିତ ଯୁଗଳ ଟେବୁଲ ଟେନିସ ସେମିଫାଇନାଲରେ ଭାରତୀୟ ଯୋଡ଼ି ଚୀନର ଚୁକିନ ବାଙ୍ଗ ଓ ସୁନ ୟିଗଶାଙ୍କ ଠାରୁ ପରାସ୍ତ ହୋଇଛନ୍ତି। ଚୀନ ଯୋଡ଼ି ୪-୧ରେ ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଚଳିତ ଏସୀୟ କ୍ରୀଡ଼ାରେ ଭାରତକୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୫୨ଟି ପଦକ ମିଳିଛି। ଏଥିରେ ୯ଟି ସ୍ୱର୍ଣ୍ଣ ପଦକ ଓ ୨୦ଟି ରୌପ୍ୟ ପଦକ ସାମିଲ ଅଛି।

ଭାରତୀୟ ବକ୍ସର ଅମିତ ୪୯ କିଲୋ ଭାରବର୍ଗରେ ନିଜର ପଦକକୁ ସୁନିଶ୍ଚିତ କରିଛନ୍ତି। ଅମିତ କ୍ୱାର୍ଟର ଫାଇନାଲ ମୁକାବିଲାରେ ଉତ୍ତର କୋରିଆର ବକ୍ସର ରୟୋନ କିମ ଜଙ୍ଗ ୫-୦ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଫିଲିପିନ୍ସର କାର୍ଲୋ ପାଲ୍ଲମଙ୍କୁ ଭେଟିବେ। ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅମିତଙ୍କୁ ରଜତ ପଦକ ମିଳିଥିଲା।

ସମ୍ବନ୍ଧିତ ଖବର