ଜାକର୍ତ୍ତା: ଭାରତୀୟ ପୁରୁଷ କବାଡ଼ି ଟିମ୍ ସେମିଫାଇନାଲ ମୁକାବିଲାରେ ଇରାନ ଠାରୁ ପରାସ୍ତ ହୋଇଛି। ଇରାନ ୨୭-୧୮ରେ ଭାରତକୁ ପରାସ୍ତ କରିଛି। ଏହା ପୂର୍ବରୁ ଭାରତକୁ ଗ୍ରୁପ ମୁକାବିଲାରେ ଦକ୍ଷିଣ କୋରିଆ ହରାଇ ଥିଲା। ଭାରତୀୟ ଟିମର ସ୍ୱର୍ଣ୍ଣ ପଦକ ଆଶା ମଉଲି ଯାଇଥିବା ବେଳେ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ୧୮ତମ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଟେନିସ ଖେଳାଳି ଅଙ୍କିତା ରାଇନାଙ୍କୁ ଏକକ ପ୍ରତିଯୋଗିତାରେ କାଂସ୍ୟ ପଦକ ମିଳିଛି। ଚୀନର ସୁଆଇ ଜିଙ୍ଗ ଗୁରୁବାର ସେମିଫାଇନାଲ ମୁକାବିଲାରେ ରାଇନାଙ୍କୁ ୬-୪, ୭-୬ରେ ହରାଇଥିଲେ। ପଞ୍ଚମ ଦିନରେ ଭାରତ ପାଇଁ ଏହା ଥିଲା ପ୍ରଥମ ପଦକ।
ପୁରୁଷ ଯୁଗଳ ମୁକାବିଲାରେ ଭାରତର ରୋହନ ବୋପାନା ଓ ଦିଭିଜ ଶରଣ ୩ ସେଟ୍ (୬-୪, ୬-୩, ୧୦-୮) ପର୍ଯ୍ୟନ୍ତ ରୋମାଞ୍ଚକ ସେମିଫାଇନାଲ ମୁକାବିଲାରେ ଜାପାନର କାଇତୋ ୟୁସୁଗୀ ଓ ଏସ୍. ଶିମାବୁକୁରୋଙ୍କ ଯୋଡ଼ିକୁ ୨-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ସ୍ୱର୍ଣ୍ଣ ପଦକ ପାଇଁ ଏବେ ଭାରତର ଆଶା ରଖିଛି।