ଏସୀୟ କ୍ରୀଡ଼ା: ରେକର୍ଡ ୧୫ ସ୍ୱର୍ଣ୍ଣ ପଦକ ପରେ ହକିରେ ଭାରତ ୨-୧ରେ ପାକିସ୍ତାନକୁ ହରାଇଲା

ଜାକର୍ତ୍ତା: ଭାରତୀୟ ହକି ଟିମ୍‌ ଶନିବାର ପାକିସ୍ତାନକୁ ପରାସ୍ତ କରିଛି। ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଭାରତ ଏସୀୟ କ୍ରୀଡ଼ାର ଏକ ମ୍ୟାଚ୍‌ରେ ୨-୧ରେ ପରାସ୍ତ କରି କାଂସ୍ୟ ପଦକ ହାସଲ କରିଛି। ଏଥି ସହିତ ଭାରତର ପଦକ ସଂଖ୍ୟା ୬୯ରେ ପହଞ୍ଚିଛି।

ଆକାଶଦୀପ ସିଂହ ଓ ହରମନପ୍ରୀତ ସିଂହଙ୍କ ଗୋଲ ବଳରେ ଭାରତୀୟ ପୁରୁଷ ହକି ଟିମ୍‌ ପାକିସ୍ତାନକୁ ପରାସ୍ତ କରିଛି। ୪ ବର୍ଷ ପୂର୍ବେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଟିମ ଏସୀୟ କ୍ରୀଡ଼ାରେ ୩ ଥର କାଂସ୍ୟ ପଦକ ଜିତିଛି।

ସେମିଫାଇନାଲରେ ଭାରତକୁ ମାଲେସିଆ ଓ ପାକିସ୍ତାନକୁ ଜାପାନ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା। ଏହି ପରାଜୟ କାରଣରୁ ଉଭୟ ଭାରତ ଓ ପାକିସ୍ତାନକୁ କାଂସ୍ୟ ପଦକ ପାଇଁ ମୁକାବିଲା କରିବାକୁ ପଡ଼ିଥିଲା। ଏଥିରେ ଭାରତର ବିଜୟ ହୋଇଛି।

ଭାରତୀୟ ଟିମ୍‌ ପାଇଁ ଆକାଶଦୀପ ସିଂହ ୩ମିନିଟ ଓ ହରମନପ୍ରୀତ ୫୦ ମିନିଟରେ ଗୋଲ ଦେଇଥିଲେ। ମହମ୍ମଦ ଅତିକ ୫୨ ମିନିଟରେ ପାକିସ୍ତାନ ପାଇଁ ଏକମାତ୍ର ଗୋଲ ଦେଇଥିଲେ।

ସମ୍ବନ୍ଧିତ ଖବର