ଏସୀୟ କ୍ରୀଡା: ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ଦେଲେ ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍‌

ଜାକର୍ତ୍ତା: ଏସୀୟ କ୍ରୀଡାର ଦ୍ୱିତୀୟ ଦିବସରେ ପୁଣି ଭାରତକୁ ମିଳିଛି ସ୍ୱର୍ଣ୍ଣ। ଭାରତର ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ ୫୦କେଜି ଫ୍ରି ଷ୍ଟାଇଲ୍‌ ବର୍ଗରେ ଜାପନର ୟୁକି ଇରେଙ୍କୁ ୬-୨ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହାପୂର୍ବରୁ ଭାରତର କୁସ୍ତି ଯୋଦ୍ଧା ବଜରଙ୍ଗୀ ପୁନିଆ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ସେହିପରି ଆଜି ବନ୍ଧୁକ ଚଳନାରେ ଭାରତ ଲାଗି ରୌପ୍ୟ ପଦକ ଜିଣିଛନ୍ତି ଲକ୍ଷ୍ୟ। ପୁରୁଷ ଟ୍ରାପ୍‌ ବିଭାଗରେ ଲକ୍ଷ୍ୟ ଦ୍ୱିତୀୟ ସ୍ଥାନ ହାସଲ କରି ପଦକ ଜିଣିଛନ୍ତି। ତାଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ଜିଣିଛନ୍ତି ତାଇପେଇର ୟାଙ୍ଗ କେ। ତେବେ ଏହି ବିଭାଗରେ ଚତୁର୍ଥ ସ୍ଥାନରେ ରହିଛନ୍ତି ଭାରତୀୟ ସୁଟର ମାନବଜିତ୍‌ ସିଂ ସିନ୍ଧୁ।

ଆଜି ସକାଳେ ପୁରୁଷ ୧୦ମିଟର ଏୟାର ରାଇଫଲ୍‌ ବିଭାଗରେ ଦ୍ୱିତୀୟ ହୋଇ ଦୀପକ କୁମାର ଭାରତ ଲାଗି ରୌପ୍ୟ ପଦକ ଆଣିଥିଲେ।  ବର୍ତ୍ତମାନ ସୁଦ୍ଧା ଭାରତ ୨ଟି ସ୍ୱର୍ଣ୍ଣ ୨ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିଣିଛି।

ସମ୍ବନ୍ଧିତ ଖବର