ଭାରତରେ ହେବ ଏସୀୟ ଭାରୋତ୍ତୋଳନ

ନୂଆଦିଲ୍ଲୀ: ପ୍ରଥମ ଥର ଲାଗି ଭାରତକୁ ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତା ଆୟୋଜନ ଅଧିକାର ମିଳିଛି। ୨୦୧୯ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିଲାବେଳେ ତାରିଖ ଏବଂ ସ୍ଥାନ ସ୍ଥିର ହୋଇନାହିଁ। ୨୦୨୦ ଅଲିମ୍ପିକ୍ସ ପାଇଁ ମଧ୍ୟ ଏହି ପ୍ରତିଯୋଗିତା ଯୋଗ୍ୟତା ପର୍ଯ୍ୟାୟ ଭଳିି ରହିବ ବୋଲି ଭାରତୀୟ ଭାରୋତ୍ତୋଳନ ମହାସଂଘର ମହାସଚିବ ସହଦେବ ଯାଦବ କହିଛନ୍ତି। ଗତ ୨୨ ତାରିଖରେ ଉଜ୍‌ବେକିସ୍ତାନର ଉର୍ଗେଞ୍ଚଠାରେ ବସିଥିବା ଏସୀୟ ଭାରୋତ୍ତୋଳନ ମହାସଂଘ କାର୍ଯ୍ୟକାରୀ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ୩୦୦ରୁ ଅଧିକ ପ୍ରତିଯୋଗୀ ଏଠାରେ ନିଜନିଜର ପରାକ୍ରମ ଦେଖାଇବାର ସମ୍ଭାବନା ରହିଛି। ଏମାନଙ୍କ ମଧ୍ୟରେ ଏସୀୟ କ୍ରୀଡ଼ା ଏବଂ ଅଲିମ୍ପିକ୍ସ ବିଜେତା ମଧ୍ୟ ରହିବେ ବୋଲି ଶ୍ରୀ ଯାଦବ କହିଛନ୍ତି। ଗତ ୨୦୧୭ ସଂସ୍କରଣ ଏପ୍ରିଲ୍‌ ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ତୁର୍କିମେନିସ୍ତାନର ଅସଗାବତ୍‌ରେ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର