ଏସୀୟ କନିଷ୍ଠ ଭାରୋତ୍ତୋଳନ:ଝିଲ୍ଲୀଙ୍କୁ ରୌପ୍ୟ, ସ୍ନେହାଙ୍କୁ କାଂସ୍ୟ

ଭୁବନେଶ୍ୱର: ଉଜ୍‌ବେକିସ୍ତାନର ଉର୍ଗାଞ୍ଚରେ ଆରମ୍ଭ ହୋଇଥିବା ଏସୀୟ ଯୁବ ଓ କନିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତାରେ ଦୁଇ ଓଡ଼ିଆ ଝିଅ ଝିଲ୍ଲୀ ଦଳବେହେରା ଏବଂ ସ୍ନେହା ସୋରେନ୍‌ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ଅନ୍ତେବାସୀ ଝିଲ୍ଳୀ କନିଷ୍ଠ ବାଳିକା ବିଭାଗ ୪୮ କିଲୋଗ୍ରାମ ଓଜନ୍‌ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ଝିଲ୍ଲୀ ସ୍ନାଚ୍‌ରେ ୭୩ କିଲୋଗ୍ରାମ ଏବଂ କ୍ଲିନ୍‌ ଆଣ୍ଡ ଜର୍କରେ ୯୩ କିଲୋଗ୍ରାମ ସହିତ ମୋଟ ୧୬୬ କିଲୋଗ୍ରାମ ଉତ୍ତୋଳନ କରିଥିଲେ। କ୍ଲିନ୍‌ ଆଣ୍ଡ୍‌ ଜର୍କରେ ଝିଲ୍ଲୀ କାଂସ୍ୟ ଜିତିଥିଲେ ମଧ୍ୟ ମୋଟ ଉପରେ ରୌପ୍ୟ ହାସଲ କରିଥିଲେ। ଅନ୍ୟପକ୍ଷରେ ମୟୂୂରଭଞ୍ଜ ଝିଅ ସ୍ନେହା ୫୦ କିଲୋଗ୍ରାମ ଓଜନ୍‌ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ଉଭୟ ସ୍ନେହା ଓ ଝିଲ୍ଲୀ ଗତବର୍ଷ ଗୋଲଡକୋଷ୍ଟ୍‍ରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋରୋତ୍ତାଳନରେ ସ୍ୱର୍ଣ୍ଣ ପଦକ ଜିତି ଉଲ୍ଲେଖନୀୟ ସଫଳତା ପାଇଥିଲେ ମଧ୍ୟ ଏବେ ଏସୀୟ ପଦକ ଜିତି ଆଗକୁ ବଢ଼ିଛନ୍ତି।

ସମ୍ବନ୍ଧିତ ଖବର