ଆସ୍‌ଲେ-କୋକୋ ଜିତିଲେ ମହିଳା ଯୁଗଳ ଟ୍ରଫି

ନ୍ୟୁୟର୍କ: ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟି ଓ ଆମେରିକାର କୋକୋ ଭାଣ୍ଡେଓ୍ଵାଘେ ଚଳିତ ବର୍ଷର ୟୁଏସ୍‌ ଓପନ୍‌ ମହିଳା ଯୁଗଳ ଟ୍ରଫି ଜିତି ନେଇଛନ୍ତି। ରବିବାର ଫାଇନାଲ୍‌ରେ ଏହି ଯୋଡ଼ି ୩-୬, ୭-୬ ଓ ୭-୬ ଟାଇବ୍ରେକର୍‌ ସେଟ୍‌ରେ ହଙ୍ଗେରି-ଫ୍ରାନ୍‌ସ ଯୋଡ଼ି ତିମିଆ ବାବୋସ୍‌ ଓ କ୍ରିଷ୍ଟିନା ମ୍ଲାଡେନୋଭାଙ୍କୁ ପରାସ୍ତ କରି ନିଜ ନିଜର ପ୍ରଥମ ବୃହତ୍‌ ପ୍ରତିଯୋଗିତା ଜିତିଛନ୍ତି। ଏହି ଟ୍ରଫି ଜିତିବା ପରେ ଭାଣ୍ଡେଓ୍ଵାଘେ ଏତେମାତ୍ରାରେ ଉଲ୍ଲସିତ ହୋଇଯାଇଥିଲେ ଯେ ସାଥୀ ବାର୍ଟିଙ୍କୁ ଆଲିଙ୍ଗନ କରିବା ପୂର୍ବରୁ କୋର୍ଟ ଭିତରେ ମୁର୍ଚ୍ଛା ହୋଇ ପଡ଼ିଥିଲେ।

ସମ୍ବନ୍ଧିତ ଖବର