ବଲବ୍ୟାଡ଼ମିଂଟନରେ ଭାରତୀୟ ଟିମରେ ସାମିଲ ହେଲେ ଓଡିଆ ପୁଅ ! ଏବେ ଦଳର ଅଧିନାୟକ ହେବା ଲକ୍ଷ୍ୟ ରଖିଛନ୍ତି ବ୍ରହ୍ମପୁରର ଆଶୁତୋଷ

ଭୁବନେଶ୍ୱର : ବଲ ବ୍ୟାଡ଼ମିଂଟନର ଭାରତୀୟ ଦଳରେ ବ୍ରହ୍ମପୁରର ଆଶୁତୋଷ। ଓଡ଼ିଶାରେ ଏହି ଖେଳର ଚାହିଦା ଏତେଟା ନଥିଲେବି ବ୍ରହ୍ମପୁରର ଏହି ଖେଳାଳି ଚୟନ ହୋଇଛନ୍ତି ଭାରତୀୟ ଦଳ ପାଇଁ। ଆଗାମୀ ୧୬ରୁ ୨୩ ପର୍ଯ୍ୟନ୍ତ ଆଶୁତୋଷ ଆର୍ନ୍ତଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ନିଜର କମାଲ ଦେଖାଇବେ। ଏଥିପାଇଁ ସେ ଜୋରଦାର ଅଭ୍ୟାସ ଜାରି ରଖିଥିବା ବେଳେ ଭାରତ ପାଇଁ ସଫଳତା ଆଣିବେ ବୋଲି ଆଶା ରଖିଛନ୍ତ।

ବଲବ୍ୟାଡ଼ମିଂଟନରେ ଭାରତୀୟ ଟିମରେ ସାମିଲ ହୋଇଛନ୍ତି ବ୍ରହ୍ମପୁରର ଆଶୁତୋଷ ରଥ। ଗତ ଫେବୃଆରୀ ମାସରେ ଦିଲ୍ଲୀରେ ଭାରତର ୧୬୦ ଜଣ ଖେଳାଳୀଙ୍କ ମଧ୍ୟରୁ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟ ପ୍ରଥମରେ ରହିଛନ୍ତି ଆଶୁତୋଷ। ଆସନ୍ତା ୧୬ରୁ ୨୦ ଯାଏଁ ମାଲେସିଆ ଓ ୨୦ ରୁ ୨୩ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ହେବାକୁ ଥିବା ଟୁର୍ଣ୍ଣାମେଂଟରେ ଭାଗ ନେବେ। ଏଥିପାଇଁ ସେ ଏବେ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି।

ଏବେ ଯୁକ୍ତ ତିନିରେ ପଢ଼ୁଥିବା ଆଶୁତୋଷ ଦଶମ ଶ୍ରେଣୀ ପରେ ବଲ୍‌ ବ୍ୟାଡ଼ମିଂଟନ ଖେଳ ଆରମ୍ଭ କରିଥିଲେ। ଓଡ଼ିଶାରେ ଏହି ଖେଳ ପାଇଁ ଅଧିକ ପ୍ରୋତ୍ସହନ ମିଳୁନାହିଁ। କିନ୍ତୁ ବ୍ରହ୍ମପୁରରେ ଗୋଟିଏ ମାତ୍ର କୋର୍ଟ ରହିଛି। ଯାହା ଫଳରେ ବହୁ କଷ୍ଟ କରିବାକୁ ପଡ଼ୁଛି। ଏହି ଖେଳରେ ଆଗକୁ ବଢିବା ପାଇଁ ପରିବାରବର୍ଗ ସମସ୍ତ ସହଯୋଗ କରିଛନ୍ତି। ଏବେ ଭାରତୀୟ ଦଳର ଅଧିନାୟକ ହେବା ଲକ୍ଷ୍ୟ ରଖିଛନ୍ତି ଆଶୁତୋଷ।

ସମ୍ବନ୍ଧିତ ଖବର