ଏଟିକେ ବିଜୟୀ

ଗୌହାଟୀ: ଚଳିତ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାର ଶୁକ୍ରବାର ମ୍ୟାଚ୍‌ରେ କୋଲ୍‌କାତା ଦଳ ଏଟିକେ ବିଜୟୀ ହୋଇଛି। ଗୌହାଟୀର ଇନ୍ଦିରା ଗାନ୍ଧି ଦୌଡ଼କୁଦ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଏଟିକେ ୧-୦ ଗୋଲ୍‌ରେ ନର୍ଥ ଇଷ୍ଟ୍‍ ୟୁନାଇଟେଡ୍‌କୁ ପରାସ୍ତ କରିଥିଲା। ଏହି ବିଜୟୀ ଗୋଲ୍‌ଟି ଜିକୁନା (୭୩ ମିନିଟ୍‌) ଦେଇଥିଲେ। ଏହି ବିଜୟ ସହ ଏଟିକେ ନବମ ମ୍ୟାଚ୍‌ରୁ ତୃତୀୟ ବିଜୟ ସହ ୧୨ ପଏଣ୍ଟ୍‌ ତାଲିକାର ଷଷ୍ଠ ସ୍ଥାନକୁ ଉନ୍ନତି ହୋଇଛି।

ସମ୍ବନ୍ଧିତ ଖବର