ଆକ୍ରମଙ୍କୁ ଅପମାନ

ମାଞ୍ଚେଷ୍ଟର: ଇଂଲଣ୍ଡର ମାଞ୍ଚେଷ୍ଟର ବିମାନ ବନ୍ଦରରେ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଦ୍ରୁତ ବୋଲର ୱାସିମ ଆକ୍ରମଙ୍କୁ ଦୁର୍ବ୍ୟବହାର କରାଯାଇଛି। ଆକ୍ରମ ଟ୍ବିଟ୍ କରି ଏହି ବିଷୟରେ ଜଣାଇଛନ୍ତି। ସେ କହିଛନ୍ତି, ମଧୁମେହରେ ପୀଡ଼ିତ ଥିବା ଯାତ୍ରୀଙ୍କୁ ଥଣ୍ଡା ବାକ୍ସରେ ଇନସୁଲିନ ନେବାକୁ ଅନୁମତି ଅଛି। ହେଲେ ମାଞ୍ଚେଷ୍ଟର ବିମାନ ବନ୍ଦର ଅଧିକାରୀ ମୋତେ ପ୍ଲାଷ୍ଟିକ୍ ବ୍ୟାଗରେ ଇ‌େଞ୍ଜକସନ୍ ଓ ଔଷଧ ନେବାକୁ ବାଧ୍ୟ କରିଥିଲେ। ଆକ୍ରମ ୧୯୯୭ ମସିହାରେ ମଧୁମେହ ରୋଗରେ ପୀଡ଼ିତ। ନିଜ ନୈରାଶ୍ୟଜନକ ଅଭିଜ୍ଞତା‌ ବିଷୟରେ ବର୍ଣ୍ଣନା କରିବା ସହ ଇନସୁଲିନ ନେବା ପାଇଁ ସାଙ୍ଗରେ ରଖିଥିବା ବାକ୍ସ ଏବଂ ଏକ ପ୍ଲାଷ୍ଟିକ୍ ବ୍ୟାଗର ଚିତ୍ର ମଧ୍ୟ ସେ ଟ୍ବିଟ୍ କରିଛନ୍ତି। ଏଥିଲାଗି ତାଙ୍କ ମନରେ ଘୋର ଆଘାତ ଲାଗିଥିବା ମଧ୍ୟ ତା’ ତଳେ ଲେଖିଛନ୍ତି।

ସମ୍ବନ୍ଧିତ ଖବର