ବ୍ରିସବେନ ଟି୨୦ : ଭାରତ ଆଗରେ ୧୭୪ରନର ଲକ୍ଷ୍ୟ

ବ୍ରିସବେନ : ଅଷ୍ଟ୍ରେଲିଆର ବ୍ରିସବେନଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତ ଆଗରେ ୧୭୪ ରନର ଲକ୍ଷ୍ୟ ରଖିଛି । ବର୍ଷା ହେବାରୁ ଏହି ମ୍ୟାଚକୁ ୧୭ ଓଭର ବିଶିଷ୍ଟ କରାଯାଇଥିଲା । ଅଷ୍ଟ୍ରେଲିଆ ୪ ଓ୍ୱିକେଟରେ ୧୫୮ ରନ କରିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଡକଓ୍ୱଥ ଲୁଇସ ମେଥଡ ଅନୁସାରେ ଭାରତ ଆଗରେ ୧୭୪ ରନର  ଲକ୍ଷ୍ୟ ରଖାଯାଇଛି ।

ଆଜି ଏହି ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆରନ ଫିଞ୍ଚ୍‌ ଓ ଆର୍ସି ସର୍ଟ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ । ତେବେ ଦଳ ୨୪ ରନରେ ସର୍ଟଙ୍କ ଓ୍ଵିକେଟ ହରାଇଥିଲା । ତେବେ ଫିଞ୍ଚ୍‌ ଓ ଲିନ ଦ୍ରୁତ ଗତିରେ ଇନିଂସକୁ ଆଗେଇ ନେଇଥିଲେ । ଫିଞ୍ଚ୍‌ ଆଉଟ ହେବା ପରେ ଗ୍ଲେନ ମାକ୍ସେଓ୍ଵଲ ଲିନଙ୍କ ସହ ମିଶି ଦ୍ରୁତ ଗତିରେ ଦଳର ସ୍କୋରକୁ ଆଗେଇ ନେଇଥିଲେ । ମାକ୍ସେଓ୍ଵଲ ୨୪ ବଲରେ ୪୬ ରନ ଓ ଲିନ ୨୦ ବଲରେ ୩୭ ରନ ସଂଗ୍ରହ କରିଥିଲେ । ଲିନ ଆଉଟ ହେବା ପରେ ଆସିଥିବା ମାର୍କସ ଲୋଇନିସ ମଧ୍ୟ ଦ୍ରୁତଗତିରେ ରନ ସଂଗ୍ରହ କରି ୧୯ ବଲରେ ୩୩ ରନ ସଂଗ୍ରହ କରିଥିଲେ ।ଏହା ଫଳରେ ଅଷ୍ଟ୍ରେଲିଆ ୧୭ ଓଭରରେ ୪ ଓ୍ଵିକେଟ ହରାଇ ୧୫୮ ରନ ସଂଗ୍ରହ କରିପାରିଥିଲା । ଭାରତ ପକ୍ଷରୁ କୂଳଦୀପ ଯାଦବ ୨ଟି ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର