ଆଇସିସି ଦିନିକିଆ ର‍୍ୟାଙ୍କିଙ୍ଗ୍‌: ୫ ଥର ବିଶ୍ୱ ଚମ୍ପିଅନ୍‌ ଅଷ୍ଟ୍ରେଲିଆକୁ ମିଳିଲା ୬ଷ୍ଠ ସ୍ଥାନ

୩୪ ବର୍ଷରେ ପ୍ରଥମ ଥର ପାଇଁ କଙ୍ଗାରୁ ଟିମ୍‌ର ସବୁଠାରୁ ଦୟନୀୟ ସ୍ଥିତି

ମେଲବୋର୍ଣ୍ଣ: ଖରାପ ଦିନ ଦେଇ ଗତି କରୁଥିବା ଅଷ୍ଟ୍ରେଲିଆକୁ ଦିନିକିଆ ର‍୍ୟାଙ୍କିଙ୍ଗ୍‌ରେ ୬ଷ୍ଠ ସ୍ଥାନ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦ୍ୱାରା ସୋମବାର ଜାରି କରାଯାଇଥିବା ଦିନିକିଆ ର‍୍ୟାଙ୍କିଙ୍ଗରେ କଙ୍ଗାରୁ ଟିମ୍‌ ୩୪ ବର୍ଷରେ ପ୍ରଥମ ଥର ପାଇଁ ସବୁଠାରୁ ଦୟନୀୟ ସ୍ଥିତିରେ ପହଞ୍ଚିଛି। ୫ ଥର ବିଶ୍ୱ ଚମ୍ପିଅନ୍‌ ଅଷ୍ଟ୍ରେଲିଆ ବର୍ତ୍ତମାନ ସମୟରେ ଇଂଲଣ୍ଡ ସହିତ ୫ଟି ଦିନିକିଆ ଶୃଙ୍ଖଳା ଖେଳୁଛି। ଦିନିକିଆ ର‍୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆକୁ ୫ମ ସ୍ଥାନ ଦଖଲ କରିବାକୁ ହେଲେ ଇଂଲଣ୍ଡ ସହିତ ଚାଲିଥିବା ଶୃଙ୍ଖଳାର ଶେଷ ୩ଟି ମ୍ୟାଚରୁ ଅତି କମ୍‌ରେ ଗୋଟିଏ ଜିତିବାକୁ ପଡ଼ିବ।

ଆଇସିସି ଦିନିକିଆ ର‍୍ୟାଙ୍କିଙ୍ଗ୍‌

୧) ଇଂଲଣ୍ଡ: ରେଟିଂ-୧୨୪
୨) ଭାରତ: ରେଟିଂ-୧୨୨
୩) ଦକ୍ଷିଣ ଆଫ୍ରିକା: ରେଟିଂ-୧୧୩
୪) ନ୍ୟୁଜିଲାଣ୍ଡ: ରେଟିଂ-୧୧୨
୫) ପାକିସ୍ତାନ: ରେଟିଂ-୧୦୨
୬) ଅଷ୍ଟ୍ରେଲିଆ: ରେଟିଂ-୧୦୨

କ୍ରିକେଟ ଡଟ୍‌ କମ୍‌ ଏୟୁ ମୁତାବିକ ୧୯୮୩ରେ ଅଷ୍ଟ୍ରେଲିଆ ଟିମ୍‌ ୬ଷ୍ଠ ସ୍ଥାନରେ ଥିଲା। ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ବିଗତ ୨ ବର୍ଷରେ ୧ ନମ୍ବରରୁ ୬ଷ୍ଠ ସ୍ଥାନକୁ ଖସିଛି। ଦକ୍ଷିଣ ଆଫ୍ରିକା ଠାରୁ ୫-୦ରୁ ଶୃଙ୍ଖଳା ହାରିବା ପରେ ଅଷ୍ଟ୍ରେଲିଆ ପାଇଁ ଅନ୍ଧାର ମାଡି ଆସିଥିଲା।

ସେହିଦିନ ଠାରୁ ଅଷ୍ଟ୍ରେଲିଆର ସ୍ଥିତି ଖରାପ ଆଡ଼କୁ ଯାଉଛି। ନ୍ୟୁଜିଲାଣ୍ଡ, ଭାରତ ଓ ଇଂଲଣ୍ଡ ଠାରୁ କ୍ରମାଗତ ଭାବରେ ଦ୍ୱିପାକ୍ଷୀକ ଶୃଙ୍ଖଳାରେ ପରାଜିତ ହୋଇଛି। ଏଥି ସହିତ ଚମ୍ପିଅନ ଟ୍ରଫିରୁ ମଧ୍ୟ ଆରମ୍ଭରୁ ବାହାରି ଯାଇଥିଲା। ଇଂଲଣ୍ଡ, ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ର‍୍ୟାଙ୍କିଙ୍ଗରେ କ୍ରମଶଃ ପ୍ରଥମ ୩ଟି ସ୍ଥାନରେ ଅଛନ୍ତି।

ସମ୍ବନ୍ଧିତ ଖବର