ପର୍ଥ ଟେଷ୍ଟ : ଭାରତ ୨୮୩ରେ ଅଲଆଉଟ, ୨ୟ ଇନିଂସର ଅଷ୍ଟ୍ରେଲିଆ ୧୩୨/୪

ପର୍ଥ : ଏଠାରେ ଚାଲିଥିବା ଭାରତ ଅଷ୍ଟ୍ରେଲିଆ ୨ୟ ଟେଷ୍ଟର ୩ୟ ଦିନ ଖେଳ ଶେଷସୁଦ୍ଧା ଅଷ୍ଟ୍ରେଲିଆ ନିଜର ୨ୟ ଇନିଂସରେ ୪ ଓ୍ଵିକେଟ ହରାଇ ୧୩୨ ରନ ସଂଗ୍ରହ କରିଛି । ଏହା ସହିତ ଅଷ୍ଟ୍ରେଲିଆ ଭାରତଠାରୁ ୧୭୫ରନରେ ଆଗୁଆ ରହିଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୨୬ ରନ ସଂଗ୍ରହ କରିଥିବାବେଳେ ତାହାର ଜବାବରେ ଭାରତ ନିଜର ପ୍ରଥମ ଇନିଂସରେ ୨୮୩ରେ ଅଲଆଉଟ ହୋଇଯାଇଥିଲା ।

ଭାରତୀୟ ଦଳ ଇନିଂସ ଆରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପ୍ରଥମରୁ ହିଁ ଦୁଇ ଓପନର ଲୋକେଶ ରାହୁଲ ଓ ମୁରଲୀ ବିଜୟଙ୍କ ଓ୍ଵିକେଟ ହରାଇଥିଲା । କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କ ଶତକ ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲା । କୋହଲି ୧୨୩ ରନ ଓ ଅଜିଙ୍କ୍ୟ ରାହାଣେ ୫୧ରନ ସଂଗ୍ରହ କରିଥିଲେ ।

ଅଷ୍ଟ୍ରେଲିଆ ନିଜର ଦ୍ୱିତୀୟ ଇନିଂସରେ ସତର୍କତାର ସହ ଖେଳ ଆରମ୍ଭ କରିଥିଲା । ଦଳର ଦୁଇ ଓପନର ମାର୍କସ ହାରିସ ଓ ଆରନ ଫିଞ୍ଚ୍‌ ପ୍ରଥମ ଓ୍ଵିକେଟରେ ୫୯ ରନ ସଂଗ୍ରହ କରିଥିଲେ । ତେବେ ଏହା ପରେ ଦଳ ଅଳ୍ପ ବ୍ୟବଧାନରେ ଲଗାତାର ୩ଟି ଓ୍ଵିକେଟ ହରାଇଥିଲା । ଆଜିର ଖେଳ ଶେଷବେଳକୁ ଉସମାନ ଖ୍ଵାଜା ୪୧ରନ ଓ ଟିମ ପାଇନ ୮ ରନ କରି ବ୍ୟାଟିଂ କରୁଛନ୍ତି ।

ସମ୍ବନ୍ଧିତ ଖବର