ଅଷ୍ଟ୍ରେଲିଆକୁ ପାକିସ୍ତାନ ଉପରେ ଭରସା ନାହିଁ, କହିଲା- ନା ବାବା ନା, ଆପଣଙ୍କ ଏଠାରେ ଖେଳିବୁନି ମ୍ୟାଚ

0 1,239

ନୂଆଦିଲ୍ଲୀ: କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଚଳିତ ବର୍ଷ ପାକିସ୍ତାନରେ କୌଣସି ମ୍ୟାଚ ଖେଳିବାକୁ ସ୍ପଷ୍ଟ ଭାବରେ ମନା କରି ଦେଇଛି। କ୍ରିକେଟ ଅଷ୍ଟ୍ରେଲିଆ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦ୍ୱାରା ଅପପ୍ରଚାରକୁ ଖାରଜ କରି ଦେଇଛି, ଯେଉଁଥିରେ ପାକିସ୍ତାନରେ ୨ଟି ଦିନିକିଆ ମ୍ୟାଚ ଖେଳିବା ନେଇ କୁହାଯାଇଥିଲା। ପିସିବି କ୍ରିକେଟ ଅଷ୍ଟ୍ରେଲିଆକୁ କହିଥିଲା ଯେ, ୟୁଏଇରେ ପ୍ରସ୍ତାବିତ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ୫ ଦିନିକିଆ ଶୃଙ୍ଖଳାରୁ ୨ଟି ମୁକାବିଲା ପାକିସ୍ତାନରେ ହେଉ। ଏହି ଗସ୍ତ ସେପ୍ଟେମ୍ବର-ଅକ୍ଟୋବରରେ ହୋଇପାରେ। କ୍ରିକେଟ ଅଷ୍ଟ୍ରେଲିଆ ସୁରକ୍ଷାଗତ କାରଣରୁ ପାକିସ୍ତାନରେ କ୍ରିକେଟ ଖେଳିବାକୁ ମନା କରିଦେଇଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ପିସିବିକୁ କ୍ରିକେଟ ଅଷ୍ଟ୍ରେଲିଆ ପ୍ରତିଶ୍ରୁତି ଦେଇଛି ଯେ, ଭବିଷ୍ୟତରେ ଏମିତି କରିବା ନେଇ ଚିନ୍ତା କରାଯିବ। ଆମେ ଚାହୁଁଛୁ ଯେ, ପାକିସ୍ତାନ ଅନ୍ତର୍ଜାତୀୟ କ୍ରିକେଟକୁ ଫେରୁ କିନ୍ତୁ ଆମେ ଖେଳାଳି ଓ ସପୋର୍ଟ କର୍ମଚାରୀଙ୍କୁ ସୁରକ୍ଷା ପ୍ରତି ସଚେତନ ଅଛୁ। ବର୍ତ୍ତମାନ ପରିସ୍ଥିତିରେ ଆମେ ଉଭୟ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ୟୁଏଇରେ ଦ୍ୱିପାକ୍ଷୀକ ଗସ୍ତ ପାକିସ୍ତାନରେ ଖେଳିବା ନେଇ ବିଚାର କରିପାରିବୁ ନାହିଁ। ପାକିସ୍ତାନ ଯେତେବେଳେ ଆଗାମୀ ଶୃଙ୍ଖଳାର ଆୟୋଜନ କରାଯିବ, ସେହି ସମୟରେ ଚିନ୍ତା କରାଯିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.