ଅଷ୍ଟ୍ରେଲିଆ ୫-୦ରେ ଜିତିଲା

ଦୁବାଇ: ପାକିସ୍ତାନ ବିପକ୍ଷ ଶେଷ ତଥା ପଞ୍ଚମ ଦିନିକିଆକୁ ୨୦ ରନ୍‌ରେ ଜିତି ଅତିଥି ଦଳ ଅଷ୍ଟ୍ରେଲିଆ ଶୃଙ୍ଖଳାକୁ ୫-୦ରେ ପୋଛି ନେଇଛି। ଭାରତ ବିପକ୍ଷ ଶୃଙ୍ଖଳା ବିଜୟଠାରୁ ଲଗାତାର ୮ ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ମଧ୍ୟ ବିଶ୍ବକପ୍‌ ପୂର୍ବରୁ ଆତ୍ମବିଶ୍ବାସକୁ ଉଚ୍ଚାରେ ରଖିଛି। ରବିବାର ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪ ଅର୍ଧଶତକ ବଳରେ ୭ ୱିକେଟ୍‌ ହରାଇ ୩୨୭/୭ କରିଥିଲା। ଉସମାନ ଖୱାଜା ୯୮, ଆରୋନ ଫିଞ୍ଚ୍‌ ୫୩, ସନ୍‌ ମାର୍ସ ୬୧ ଏବଂ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ୭୦ (୩୩ ବଲ୍‌, ୧୦ ଚୌକା, ୩ ଛକା)ଙ୍କ ଅର୍ଧଶତକ ବଳରେ ଦଳ ୩୦୦ ରନ୍‌ ପରି କରିଥିଲା। ପାକିସ୍ତାନ ପକ୍ଷରୁ ଉସ୍‌ମାନ ଶିନୱାରି ୪, ଜୁନ‌ୈଦ ଖାନ୍‌ ୩ ୱିକେଟ୍‌ ପାଇଥିଲେ। ଜବାବରେ ପାକିସ୍ତାନ ହାରିସ୍ ସୋହେଲ (୧୩୦, ୧୨୯ ବଲ, ୧୧‌ ଚୌକା, ୩ ଛକା)ଙ୍କ ଶତକ ସତ୍ତ୍ବେ ୩୦୭/୭ରେ ସୀମିତ ରହିଯାଇଥିଲା। ସାନ୍ ସାମୁଦ ଏବଂ ଇମଦ୍ ୱାସିମ୍ ସମାନ ୫୦ ରନ୍ ଲେଖାଏଁ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ବେହେରନ୍‌ଡର୍ଫ ୩ ୱିକେଟ୍ ନେଇଥିଲେ। ରିଚାର୍ଡସନ, ଲାୟନ, ମ୍ୟାକ୍ସୱେଲ, ଜାମ୍ପା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ମ୍ୟାକ୍ସୱେଲ୍‌ ମ୍ୟାଚ୍‌ର ଏବଂ ଫିଞ୍ଚ୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତି ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୫୦ ଓଭରରେ ୩୨୭/୭ (ଉସମାନ ଖୱାଜା-୯୮, ଗ୍ଲେନ୍ ମ୍ୟାକ୍ସୱେଲ-୭୦, ସନ୍‌ ମାର୍ସ-୬୧, ଆରୋନ ଫିଞ୍ଚ୍‌-୫୩, ଉସମାନ ଶିନୱାରି-୪/୪୯, ଜୁନୈଦ ଖାନ୍‌-୩/୭୧)। ପାକିସ୍ତାନ ୫୦ ଓଭରରେ ୩୦୭/୭ (ମହମ୍ମଦ ମାସୁଦ-୫୦, ହାରିସ ସୋହେଲ-୧୩୦ , ଉମର ଆକମଲ୍‌-୪୩, ଇମଦ୍ ୱାସିମ୍-୫୦*, ବେହେରନଡର୍ଫ-୩/୬୩)।

ସମ୍ବନ୍ଧିତ ଖବର