ଅଷ୍ଟ୍ରେଲିଆକୁ ୨୫୩ ରନ୍‌ ବିଜୟ ଲକ୍ଷ୍ୟ ଦେଲା ଭାରତ

ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ: କୋହଲି ଓ ରାହାଣେଙ୍କ ଶତକୀୟ ଭାଗିଦାରୀ

କୋଲକାତା: ଓପନର ଆଜିଙ୍କ୍ୟ ରାହାଣେ ଓ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଶତକୀୟ ଭାଗିଦାରୀ(୧୦୨ ରନ୍‌) ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ଅଷ୍ଟ୍ରେଲିଆ ବିରୋଧରେ ସମସ୍ତ ଓ୍ଵିକେଟ ହରାଇ ୨୫୨ ରନ୍‌ ସଂଗ୍ରହ କରିଛି। କୋଲକାତାର ଇଡେନ ଗାର୍ଡେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ୫ଟି ଦିନିକିଆ ଶୃଙ୍ଖଳାର ୨ୟ ଦିବା-ରାତ୍ର ମ୍ୟାଚରେ ଗୁରୁବାର ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବିରାଟ ବାହିନୀ। ଅଷ୍ଟ୍ରେଲିକୁ ମ୍ୟାଚ ବିଜୟ ପାଇଁ ୨୫୩ରନ୍‌ ଲକ୍ଷ୍ୟ ମିଳିଛି।

ଭୁବନେଶ୍ୱର କୁମାର (୨୦) କେନ ରିଚାର୍ଡସନଙ୍କ ବଲକୁ ଖେଳିବାକୁ ଯାଇ ମ୍ୟାକ୍ସେଓ୍ଵଲଙ୍କୁ କ୍ୟାଚ ଦେଇଥିଲେ। ଭାରତର ଅଷ୍ଟମ ଓ୍ଵିକେଟ ୨୩୯ରନ୍‌ରେ ପଡ଼ିଥିଲା। କୁଳଦୀପ ଯାଦବ(୦) ପେଟ୍‌ କୁମିନଙ୍କ ବଲ ଖେଳିବାକୁ ଯାଇ ଓ୍ଵିକେଟ କିପର ମ୍ୟାଥ୍ୟୁ ଓ୍ଵାଡେଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ। ଅଷ୍ଟ୍ରେଲିଆର ୯ମ ଶିକାର ହୋଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା(୨୦)। ସେ କେନ ରିଚାର୍ଡସନଙ୍କ ବଲ ଖେଳି ଡାଭିଡ ଓ୍ଵାର୍ଣ୍ଣରଙ୍କୁ କ୍ୟାଚ ଦେଇଥିଲେ। ସେହିଭଳି ମ୍ୟାଥୁ ଓ୍ଵାଡେଙ୍କ ଦ୍ୱାର ୟୁଜବେନ୍ଦ୍ର ଚହଲ (୧) ରନ୍‌ ଆଉଟ ହୋଇଥିଲେ।

କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନି(୫) ୧୦ଟି ବଲ ଖେଲି କେନ ରିଚାର୍ଡସନଙ୍କ ବଲକୁ ଅଷ୍ଟ୍ରେଲିଆର ଅଧିନାୟକକ ଷ୍ଟିଭେନ ସ୍ମିଥଙ୍କୁ ଦେଇଥିଲେ। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୯୨) ଆଉଟ ହୋଇ ପାଭଲିୟନ ଫେରିଥିଲେ। ସେ ନାଥାନ କୁଲଟରଙ୍କ ବଲ ଖେଲିବାକୁ ଯାଇ କୋହଲି ବୋଲ୍ଡ ହୋଇଥିଲେ। ପୂର୍ବରୁ ଅଷ୍ଟ୍ରେଲିଆର ୪ର୍ଥ ଶିକାର ହୋଇଥିଲେ କେଦାର ଯାଧବ(୨୪)। ସେ ନାଥାନ କଲଟରଙ୍କ ବଲ ଖେଳିବାକୁ ଯାଇ ମ୍ୟାକ୍ସେଓ୍ଵଲଙ୍କୁ କ୍ୟାଚ ଦେଇଥିଲେ।

ଭାରତର ପ୍ରଥମ ଓ୍ଵିକେଟ ୧୯ରେ ପଡ଼ିଥିଲା। ନାଥାନ କଲଟରଙ୍କ ବଲ ଖେଳିବାକୁ ଯାଇ ରୋହିତ ଶର୍ମା (୭) କଲଟରଙ୍କୁ କ୍ୟାଚ ଦେଇଥିଲେ। ଅଷ୍ଟ୍ରେଲିଆର ୨ୟ ଶିକାର ହୋଇଥିଲେ ଆଜିଙ୍କ୍ୟ ରାହାଣେ(୫୫)। ସେ କ୍ୟାରିୟରର ୮୨ତମ ମ୍ୟାଚରେ ୬୨ଟି ବଲ ଖେଲି ୨୦ତମ ଅର୍ଦ୍ଧଶକତ ହାସଲ କରିବା ପରେ କ୍ୟାଟ ରାଇଓ ଓ ମ୍ୟାଥୁ ଓ୍ଵାଡେଙ୍କ ଦ୍ୱାରା ରନ ଆଉଟ ହୋଇଥିଲେ। ସେହିଭଳି ମନୀଷ ପାଣ୍ଡେ ୧୩ଟି ବଲ ଖେଳି ଅଷ୍ଟନ ଅଗରଙ୍କ ବଲ ଖେଳିବାକୁ ଯାଇ ବୋଲ୍ଡ ହୋଇ ଯାଇଛନ୍ତି।

ଭାରତର ପ୍ରଥମ ଓ୍ଵିକେଟ ୧୯ରନ୍‌ରେ (୫.୧ଓଭର), ୨ୟ ଓ୍ଵିକେଟ ୧୨୧(୨୩.୪ଓଭର), ୩ୟ ଓ୍ଵିକେଟ ୧୩୧(୨୭.୨ଓଭର), ୪ର୍ଥ ଓ୍ଵିକେଟ ୧୮୬(୩୫.୩), ୫ମ ଓ୍ଵିକେଟ ୧୯୭(୩୭.୫ଓଭର), ୬ଷ୍ଠ ଓ୍ଵିକେଟ ୨୦୪(୩୯.୧ଓଭର), ୭ମ ଓ ୮ମ ଓ୍ଵିକେଟ ୨୩୯ (୪୮ ଓଭର ଓ ୪୮.୨ଓଭର), ନବମ ଓ୍ଵିକେଟ ୨୪୬(୪୯.୧ଓଭର) ଓ ଶେଷ ଓ୍ଵିକେଟ ୨୫୨ ରନ୍‌ରେ ପଡ଼ିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ନାଥାନ କଲଟର ଓ କନ ରିଚାର୍ଡସନ ୩ଟି ଲେଖାଏଁ ଓ୍ଵିକେଟ ନେଇଥିବା ବେଳେ, େଓଷ୍ଟନ ଅଗର ଓ ପି କୁମିନ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର