ଅଷ୍ଟ୍ରେଲିଆର ଭାରତ ଗସ୍ତ ଫେବ୍ରୁଆରି ୨୪ରୁ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ଅଷ୍ଟ୍ରେଲିଆ ଗସ୍ତ ସରି ଆସୁଛି। ଶନିବାରଠାରୁ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃ୍ଙ୍ଖଳା ଖେଳିବା ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଏହା ପରେ ଅଷ୍ଟ୍ରେଲିଆ ଦଳ କିନ୍ତୁ ଭାରତ ଗସ୍ତ କରି ସୀମିତ ଓଭର ଶୃଙ୍ଖଳା ଖେଳିବାକୁ ଯାଉଛି। ଏହି ଗସ୍ତରେ କଙ୍ଗାରୁ ଦଳ ଦୁଇଟି ‌ଟ୍ବେଣ୍ଟି-୨୦ ଏବଂ ୫ଟି ଦିନିକିଆ ଶୃଙ୍ଖଳା ଖେଳିବ। ଅଷ୍ଟ୍ରେଲିଆ ପାଇଁ ୨୦୧୯ ବିଶ୍ବକପ୍ ପୂର୍ବରୁ ଏହା ଶେଷ ଦିନିକିଆ ଶୃଙ୍ଖଳା। ଏହି ଗସ୍ତର ଚୂଡାନ୍ତ ସୂଚୀ ଗୁରୁବାର ଘୋଷିତ‌ ହୋଇଛି। ଫେବ୍ରୁଆରି ୨୪ ତାରିଖରେ ବେଙ୍ଗାଲୁରୁଠାରେ ପ୍ରଥମ ଟ୍ବେଣ୍ଟି-୨୦ ଏବଂ ୨୭ ତାରିଖରେ ବିଶାଖାପାଟଣାରେ ଦ୍ବିତୀୟ ତଥା ଶେଷ ‌ଟ୍ବେଣ୍ଟି-୨୦ ଖେଳାଯିବ। ଏହା ପରେ ମାର୍ଚ ୨ରୁ ୧୩ ତାରିଖ ମଧ୍ୟରେ ୫ ମ୍ୟାଚ୍ ଦିନିକିଆ ଶୃଙ୍ଖଳା ଖେଳାଯିବ। ଏହି ମ୍ୟାଚ୍‌ଗୁଡ଼ିକ ହାଇଦ୍ରାବାଦ (ମାର୍ଚ ୨, ପ୍ରଥମ), ନାଗପୁର (ମାର୍ଚ ୫, ଦ୍ବିତୀୟ), ରାଞ୍ଚି (ମାର୍ଚ ୮, ତୃତୀୟ), ମୋହାଲି (ମାର୍ଚ ୧୦, ଚତୁର୍ଥ) ଏବଂ ଦିଲ୍ଲୀ (ମାର୍ଚ ୧୩, ପଞ୍ଚମ)ରେ ଖେଳାଯିବ। ଟ୍ବେଣ୍ଟି-୨୦ ମ୍ୟାଚ୍ ଦ୍ବୟ ସଂଧ୍ୟା ୭ଟାରେ ଏବଂ ଦିନିକିଆ ମ୍ୟାଚ୍‌ଗୁଡ଼ିକ ଅପରାହ୍ନ ୧.୩୦ରୁ ଆରମ୍ଭ ହେବ। ଭାରତ ଏହା ପରେ ଜିମ୍ବାୱେ ବିପକ୍ଷରେ ଏକ ଘରୋଇ ଶୃଙ୍ଖଳା ଖେଳିବ।‌ ମାର୍ଚ-ଏପ୍ରିଲ୍‌ରେ ଭାରତ ଗୋଟିଏ ଟେଷ୍ଟ୍‌ ଏବଂ ୩ଟି ଦିନିକିଆ ଖେଳିବା ସୂଚୀ ରହିଥିଲେ ମଧ୍ୟ ଆଇପିଏଲ୍‌କୁ ନେଇ ଚୁଡାନ୍ତ ହୋଇପାରିନାହିଁ।

ଅଷ୍ଟ୍ରେଲିଆର ଭାରତ ଗସ୍ତ ଖେଳସୂଚୀ

ଫେବ୍ରୁଆରି ୨୪ ପ୍ରଥମ‌ ଟ୍ବେଣ୍ଟି-୨୦ ବେଙ୍ଗାଲୁରୁ ସଂଧ୍ୟା ୭.୦୦
ଫେବ୍ରୁଆରି ୨୭ ଦ୍ବିତୀୟ ଟ୍ବେଣ୍ଟି-୨୦ ବିଶାଖାପାଟଣା ସଂଧ୍ୟା ୭.୦୦
ମାର୍ଚ ୨ ପ୍ରଥମ ଦିନିକିଆ ହାଇଦ୍ରାବାଦ ଅପରାହ୍ନ ୧.୩୦
ମାର୍ଚ ୫ ଦ୍ବିତୀୟ ଦିନିକିଆ ନାଗପୁର ଅରାରାହ୍ନ ୧.୩୦
ମାର୍ଚ ୮ ତୃତୀୟ ଦିନିକିଆ ରାଞ୍ଚି ଅପରାହ୍ନ ୧.୩୦
ମାର୍ଚ ୧୦ ଚତୁର୍ଥ ଦିନିକିଆ ମୋହାଲି ଅପରାହ୍ନ ୧.୩୦
ମାର୍ଚ ୧୩ ପଞ୍ଚମ ଦିନିକିଆ ଦିଲ୍ଲୀ ଅପରାହ୍ନ ୧.୩୦

ସମ୍ବନ୍ଧିତ ଖବର