୨୦୦୭, ଅଷ୍ଟ୍ରେଲିଆର ହ୍ୟାଟ୍ରିକ୍

୧୯୯୯ରେ ୟୁରୋପ ଏବ˚ ୨୦୦୩ରେ ଆଫ୍ରିକାରେ କମାଲ ଦେଖାଇଥିବା ଅଷ୍ଟ୍ରେଲିଆ ୨୦୦୭ରେ କାରବୀୟ ଅଞ୍ଚଳରେ ନିଜ ଯାଦୁ ଦେଖାଇଥିଲା। ଏହି ବର୍ଷ କାରବୀୟ ରାଷ୍ଟ୍ରସମୂହ ୱେଷ୍ଟଇଣ୍ତିଜ୍‌ରେ ଆୟୋଜିତ ବିଶ୍ବକପ୍‌ର ନବମ ସ˚ସ୍କରଣକୁ ଜିତି କଙ୍ଗାରୁ ଦଳ କ୍ରମାଗତ ତୃତୀୟ ଓ ମୋଟ ଉପରେ ଚତୁର୍ଥ ଥର ପାଇଁ ବିଶ୍ବକପ୍ ଜିତିବାର ଗୌରବ ଅର୍ଜନ କରିଥିଲା। ଦକ୍ଷିଣ ଆଫ୍ରିକାରେ ଆୟୋଜିତ ୨୦୦୩ ବିଶ୍ବକପ୍‌ ଅପେକ୍ଷା ୱେଷ୍ଟଇଣ୍ତିଜ୍‌ରେ ଖେଳା ଯାଇଥିବା ୨୦୦୭ ବିଶ୍ବକପ୍‌ରେ ଅଧିକ ଦୁଇଟି ଦଳ ଅ˚ଶ ଗ୍ରହଣ କରିଥିଲେ। ଏହି ସ˚ଖ୍ୟା ୧୪ରୁ ୧୬କୁ ବଢ଼ିଥିଲେ ମଧୢ ମ୍ୟାଚ୍‌ ସ˚ଖ୍ୟା ୫୪ରୁ ୫୧କୁ କମାଇ ଦିଆଯାଇଥିଲା। ୧୬ଟି ଦଳକୁ ଚାରିଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ପ୍ରତି ଗ୍ରୁପର ଶ୍ରେଷ୍ଠ ଦଳ ସୁପର ଏଇଟ୍‌ ବା ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ନକ୍‌ଆଉଟ୍‌ରେ ବିଜୟୀ ହୋଇ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ତ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ। ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଏସୀୟ ପାଵାର ହାଉସ୍‌ ଶ୍ରୀଲଙ୍କାକୁ ହରାଇ ଏକମାତ୍ର ଦେଶ ଭାବେ ଚତୁର୍ଥ ଥର ବିଶ୍ବ ବିଜୟୀ ହେବାର ସମ୍ମାନ ଲାଭ କରିଥିଲା। ଏଥିସହ ଅଷ୍ଟ୍ରେଲିଆ ମଧୢ ବିଶ୍ବକପ୍‌ରେ କ୍ରମାଗତ ୨୯ଟି ମ୍ୟାଚ୍‌ ଜିତିବାର କୀର୍ତିମାନ ସ୍ଥାପନ କରିଥିଲା। ପ୍ରଥମ ପର୍ଯ୍ୟାୟରୁ କ୍ରିକେଟ୍‌ ଦୁନିଆର ଦୁଇ ଲୋକପ୍ରିୟ ଦଳ ଭାରତ ଓ ପାକିସ୍ତାନ ବିଦାୟ ନେବା ଏହି ବିଶ୍ବକପ୍‌ ଚମକକୁ ଟିକିଏ ଫିକା କରି ଦେଇଥିଲା। ଦର୍ଶକ ସ˚ଖ୍ୟା ମଧୢ ଆଶାଜନକ ଭାବେ ବଢ଼ି ନ ଥିଲା। ଶକ୍ତିଶାଳୀ ଭାରତ ଓ ପାକିସ୍ତାନ ଅପ୍ରତ୍ୟାଶିତ ଭାବେ ବିଦାୟ ନେବା ସମସ୍ତଙ୍କୁ ଚକିତ କରି ଦେଇଥିଲା। ଅନ୍ୟପକ୍ଷରେ ଦୁର୍ବଳ ବା˚ଲାଦେଶ ଓ ନବାଗତ ଆୟର୍ଲାଣ୍ତ ନିଜ ନିଜ ବିଶ୍ବକପ୍‌ ଇତିହାସର ବିରଳତମ ସଫଳତା ଭାବେ ସୁପର ଏଇଟକୁ ଯିବାର ଐତିହାସିକ ସଫଳତା ଲାଭ କରିଥିଲେ। ୱେଷ୍ଟଇଣ୍ତିଜ୍‌ ଓ ଶ୍ରୀଲଙ୍କା ବିପକ୍ଷ ଘରୋଇ ଶୃଙ୍ଖଳା ବିଜୟ ସହ ଭାରତ ୨୦୦୭ ବିଶ୍ବକପ୍‌କୁ ଯାଇଥିଲା। ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ବୀରେନ୍ଦ୍ର ସେହବାଗ, ଯୁବରାଜ ସି˚ହ, ରାହୁଲ ଦ୍ରାବିଡଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ ଏବ˚ ହରଭଜନ ସି˚ହ, ଅନୀଲ କୁମ୍ବଲେ ଏବ˚ ଜାହିର ଖାନ୍‌ଙ୍କ ଭଳି ବୋଲର ଥିବାରୁ ଭାରତ ବିଶ୍ବକପ୍‌ର ଅନ୍ୟତମ ଦାବିଦାର ଥିଲା। ହେଲେ ଅଭିଯାନର ପ୍ରଥମ ଲଢେ଼ଇରେ ବା˚ଲଦେଶଠାରୁ ହାରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦ୍ବିତୀୟ ମ୍ୟାଚ୍‌ରେ ବର୍ମୁଡ଼ାକୁ ୨୫୭ ରନ୍‌ର ବୃହତ୍‌ ବ୍ୟବଧାନ ହରାଇବା ପରେ ତୃତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କାଠାରୁ ହାରି ଭାରତ ବିଦାୟ ନେଇଥିଲା। ୧୯୯୨ ମସିହା ପରେ ଭାରତ ବିଶ୍ବକପର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେବାର ଏହା ପ୍ରଥମ ଘଟଣା ଥିଲା।

ସମ୍ବନ୍ଧିତ ଖବର