ସିଡନୀ ଦିନିକିଆ: ଅଷ୍ଟ୍ରେଲିଆର ଦ୍ୱିତୀୟ ଓ୍ଵିକେଟ୍‌ ପତନ, ଅଷ୍ଟ୍ରେଲିଆ ୪୫/୨

0 298

ସିଡନୀ: ସିଡନୀ ଠାରେ ଖେଳା ଯାଉଥିବାି ଭାରତ ଓ ଅଷ୍ଟ୍ରେଲିଆ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଝଟକା ଦେଇଛନ୍ତି କୁଲଦୀପ ଯାଦବ। ଭାରତର ନିର୍ଭରଯୋଗ୍ୟେ ବୋଲର ଭୁବନେଶ୍ୱର କୁମାର ଅଧିନାୟକ ଫିଞ୍ଚଙ୍କୁ କ୍ଲିନ୍‌ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଫିଞ୍ଚ ମାତ୍ର ୬ ରନ୍‌ କରି ବ୍ୟାଟିଂ କରୁଥିବା ବେଳେ ଖେଳର ତୃତୀୟ ଓଭରରେ ଭୁବନେଶ୍ୱର କୁମାରଙ୍କ ଏକ ଇନ୍‌ସ୍ଵିଙ୍ଗରକୁ ଠିକ୍‌ ଭାବେ ବୁଝି ନ ପାରି ଅତି ଶସ୍ତାରେ ନିଜ ଓ୍ଵିକେଟ ହରାଇପାଭିଲିିୟନ ଫେରିଥିଲେ। ତେବେ ଫିଞ୍ଚଙ୍କ ଆଉଟ୍‌ ପରେ ପାଳି ସଜାଡ଼ିବାକୁ ଉଦ୍ୟମ କରିଥିଲେ ଆଲେକ୍ସ କରେ ଓ ଉସମାନ ଖଓ୍ଵାଜା। ମାତ୍ର କୁଲଦୀପ ଯାଦବଙ୍କ ବଲରେ ଆଲେକ୍ସ ରୋହିତ ଶର୍ମାଙ୍କୁ ଏକ ସହଜ କ୍ୟାଚ୍‌ ଦେଇ ପାଭିଲିୟନ ଫେରିବା ପରେ ଅଷ୍ଟ୍ରେଲିଆ ୧୦ ଓଭରରେ ୨ ଓ୍ଵିକେଟ ହରାଇବା ସହିତ ମାତ୍ର ୪୫ ରନ୍‌ ସଂଗ୍ରହ କରିଛି।


ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଉଭୟ ଦଳ ଏହି ଶୃଙ୍ଖଳାକୁ ବେଶ୍‌ ଗୁରୁତ୍ୱ ଦେଉଛନ୍ତି। ଟେଷ୍ଟ ଶୃଙ୍ଖଳା ଜିତିବା ପରେ ଦୃଢ଼ ମନୋବଳରେ ଥିବା ଭ୍ରମଣକାରୀ ଭାରତୀୟ ଦଳ ଦିନିକିଆ ଶୃଙ୍ଖଳା ଜିତି ବିଶ୍ୱକପ୍‌ ପୂର୍ବରୁ ମନୋବଳକୁ ଆହୁରି ଦୃଢ଼ କରିବା ଲକ୍ଷ୍ୟରେ ରହିଛି। ତେବେ ଭାରତର ଲମ୍ବା ଗସ୍ତସୂଚୀ ମଧ୍ୟରେ ଘରୋଇ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଟେ୍ଵଣ୍ଟି-୨୦କୁ ୧-୧ରେ ଅମୀମାଂସିତ ରଖିଥିଲା ବେଳେ ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ୍‌ ହାରିବାରୁ ବର୍ତିଯାଇଥିଲା।ସେହିପରି ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାକୁ ୧-୨ରେ ହାରିଯାଇଥିଲା ବେଳେ ଶେଷ ଟେଷ୍ଟରେ ମଧ୍ୟ ବର୍ଷା ଭାରତଠୁ ବିଜୟ ଛଡ଼ାଇ ନେଇଥିଲା। ତେବେ ପୁରୁଣା ପରାଜୟକୁ ଭୁଲି ଅଷ୍ଟ୍ରେଲିଆ ପୁଣି ଥରେ ନୂଆ ଉତ୍ସାହ ସହିତ ଦିନିକିଆ ଫର୍ମାଟରେ ମୈଦାନକୁ ଓହ୍ଲାଇଛି।
ଭାରତୀୟ ଦଳ: ବିରାଟ କୋହଲି, ଶିଖର ଧାଓ୍ଵନ, ରୋହିତ ଶର୍ମା, ଅମ୍ବାତି ରାଇଡୁ, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନୀ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ କେ ଖଲିଲ ଅହମ୍ମଦ।
ଅଷ୍ଟ୍ରେଲିଆ ଦଳ: ଆରୁନ ଫିଞ୍ଚ୍‌, ଆଲେକ୍ସ କରେ, ଉସମାନ ଖଓ୍ଵାଜା, ସନ୍‌ ମାର୍ସ, ପିଟର ହ୍ୟାଣ୍ଡସକମ୍ବ, ମାର୍କସ ଷ୍ଟୋଇନିସ, ଗ୍ଲେନ୍‌ ମାକ୍ସେଓ୍ଵଲ, ନାଥାନ ଲିୟନ, ପିଟର ସିଡଲେ, ଜେ ରିଚାର୍ଡସନ ଓ ଜସନ ବେର୍ହେନଡ୍ରଫ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.