ସିଡନୀ ଦିନିକିଆ: ଭାରତକୁ ୨୮୯ ରନ୍‌ର ଟାର୍ଗେଟ

ସିଡନୀ: ସିଡନୀ ଠାରେ ଖେଳା ଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ଵିକେଟ ହରାଇ ୨୮୮ରନ ସଂଗ୍ରହ କରିବା ସହିତ ଭାରତ ସମ୍ମୁଖରେ ୨୮୯ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ପ୍ରାରମ୍ଭିକ ଝଟକା ପରେ ସ୍ଥିତି ସୁଧାରି ଅଷ୍ଟ୍ରେଲିଆ ଭାରତର ବୋଲିଂକୁ କଡ଼ା ମୁକାବିଲା କରିଛି। ଖଓ୍ଵାଜା( ୫୯ ରନ), ସନ୍‌ ମାର୍ସ( ୫୪ ରନ୍‌), ହ୍ୟାଣ୍ଡକମ୍ବ (୭୩ ରନ) ଓ ଷ୍ଟୋଇନସଙ୍କ ଅପରାଜିତ ୪୭ ରନ୍‌ ସହାୟତାରେ ଅଷ୍ଟ୍ରେଲିଆ ଭାରତ ପାଇଁ ବଡ଼ ଚାଲେଞ୍ଜ ରଖିଛି। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ଵିକେଟ ହାସଲ କରିଥିବା ବେଳେ ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ଵିକେଟ୍‌ ହାସଲ କରିଛନ୍ତି।


ଅଷ୍ଟ୍ରେଲିଆ ବ୍ୟାଟିଂର ଆରମ୍ଭରୁ ଭୁବନେଶ୍ୱର କୁମାର ଫିଞ୍ଚ୍‌ଙ୍କୁ ଆଉଟ୍‌ କରି ଭାରତକୁ ପ୍ରଥମ ଫାଇଦା ଦେଇଥିଲେ। ପରେ କୁଲଦୀପ ଯାଦବ ଆଲେକ୍ସଙ୍କୁ ଆଉଟ କରିଥିବା ବେଳେ ରବୀନ୍ଦ୍ର ଜାଦେଜା ଖଓ୍ଵାଜାଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍‌ କରି ପାଭିଲିୟନ ପଠାଇ ଦେଇଥିଲେ। ଖଓ୍ଵାଜା ୫୯ରନ୍‌ କରି ବିଦାୟ ନେବା ବେଳକୁ ୨୯ତମ ଓଭରରେ ଅଷ୍ଟ୍ରେଲିଆର ସ୍କୋର ଥିଲା ୧୩୩/୩। ତେବେ ଅଷ୍ଟ୍ରଲିଆର ୪ର୍ଥ, ୫ର୍ମ ଓ ୬ଷ୍ଠ ଓ୍ଵିକେଟ ଯୋଡ଼ି ଭାରତର ଚିନ୍ତା ବଢ଼ାଇଥିଲେ। ଅଷ୍ଟ୍ରେଲିଆ ଶେଷ ୨୧ ଓଭରରେ ସଂଗ୍ରହ କରିଥିଲା ୧୫୫ ରନ୍‌। ଯଦିଓ ସନ୍‌ ମାର୍ସଙ୍କୁ ୫୪ ରନ୍‌ରେ କୁଲଦୀପ ଯାଦବ ଆଉଟ୍‌ କରିବା ପରେ ହ୍ୟାଣ୍ଡସ୍‌କମ୍ବଙ୍କୁ ଭୁବନେଶ୍ୱର କୁମାର ଆଉଟ୍‌ କରିବା ଫଳରେ ଅଷ୍ଟ୍ରେଲିଆର ସ୍କୋର ୩ଶହ ଟପି ପାରି ନ ଥିଲାଳ ତଥାପି ଅଷ୍ଟ୍ରେଲିଆ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଥିଲା।। ମାତ୍ର ଶେଷ ଓଭରରେ ଭୁବନେଶ୍ୱର କୁମାର ୧୭ ରନ୍‌ ବ୍ୟୟ କରି ମହଙ୍ଗା ସାବ୍ୟସ୍ତ ହୋଇଥିଲେ।


ଭାରତୀୟ ଦଳ: ବିରାଟ କୋହଲି, ଶିଖର ଧାଓ୍ଵନ, ରୋହିତ ଶର୍ମା, ଅମ୍ବାତି ରାଇଡୁ, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନୀ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ କେ ଖଲିଲ ଅହମ୍ମଦ।
ଅଷ୍ଟ୍ରେଲିଆ ଦଳ: ଆରୁନ ଫିଞ୍ଚ୍‌, ଆଲେକ୍ସ କରେ, ଉସମାନ ଖଓ୍ଵାଜା, ସନ୍‌ ମାର୍ସ, ପିଟର ହ୍ୟାଣ୍ଡସକମ୍ବ, ମାର୍କସ ଷ୍ଟୋଇନିସ, ଗ୍ଲେନ୍‌ ମାକ୍ସେଓ୍ଵଲ, ନାଥାନ ଲିୟନ, ପିଟର ସିଡଲେ, ଜେ ରିଚାର୍ଡସନ ଓ ଜସନ ବେର୍ହେନଡ୍ରଫ।

ସମ୍ବନ୍ଧିତ ଖବର