୭ କ୍ରୀଡ଼ାବିତ୍‌ ପାଇଲେ ପୁରସ୍କାର

ପ୍ରଥମ ବିଆରଏମ୍‌ ଆଶା ଗୀତାଞ୍ଜଳି ଭିନ୍ନକ୍ଷମ ସମ୍ମାନ

ଭୁବନେଶ୍ୱର: ଓପନ୍‌ ଲର୍ଣ୍ଣିଂ ସିଷ୍ଟମ୍‌ ପରିସରରେ ରବିବାର ସ୍ୱତନ୍ତ୍ର ଅଲିମ୍ପିକ୍‌ ଭାରତ ପକ୍ଷରୁ ପ୍ରଥମ ବିଆର୍‌ଏମ୍‌ ଆଶା ଗୀତାଞ୍ଜଳି ଭିନ୍ନକ୍ଷମ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ସଫଳ ସ୍ୱତନ୍ତ୍ର ଅଲିମ୍ପିକ୍ସ କ୍ରୀଡ଼ାବିତ୍‌ ସରିତା ରାଉତରାୟ, ସୋନାଲି ପ୍ରଧାନ, ପ୍ରଶିକ୍ଷକ ସୁମିତ୍ରା ମହାପାତ୍ର, ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର୍‌ ଲିଙ୍ଗରାଜ ରାଉତରା, ପୂର୍ଣ୍ଣଚନ୍ଦ୍ର ଜେନା, ସ୍ୱେଚ୍ଛାସେବୀ ବିଭାରାଣୀ ପାତ୍ର ପୁରସ୍କୃତ ହୋଇଥିଲେ। ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସୁରେଶ ସ୍ୱାଇଁ, କୌଶିକ ପାଲ୍‌ ଏହି ଅବସରରେ ସମ୍ବର୍ଧିତ ହୋଇଥିଲେ। ସଫଳ ଦୃଷ୍ଟିହୀନ ଚେସ୍‌ ଭ୍ରାତା ସୌନ୍ଦର୍ଯ୍ୟ କୁମାର ପ୍ରଧାନ ଏବଂ ପ୍ରାଚୁର୍ଯ୍ୟ କୁମାର ପ୍ରଧାନ ଅନୁପସ୍ଥିତ ଥିଲେ। ପ୍ରଦୀପ୍ତ କୁମାର ରଥଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଭିନ୍ନକ୍ଷମ ଆୟୋଗର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ଓଏସ୍‌ସିପିଡି ଅଧ୍ୟକ୍ଷା ମୀନତି ବେହେରା, ଗୀତାଞ୍ଜଳି ଫାଉଣ୍ଡେସେନ୍‌ର ଅଧ୍ୟକ୍ଷ ବିଧୂଭୂଷଣ ପଟ୍ଟନାୟକ, ଭାଜପା ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ। ରଂଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସ୍ୱତନ୍ତ୍ର ଅଲିମ୍ପିକ୍ସ ଭାରତ ଓଡ଼ିଶା ଆଞ୍ଚଳିକ ନିର୍ଦେଶକ ପ୍ରକାଶ କୁମାର ରଥ ଏବଂ ଦୁଃସାହସିକ କ୍ରୀଡ଼ାବିତ୍‌ ଅର୍ପିତା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର