ସସ୍ମିତା ଓ ଅଜୟଙ୍କୁ ସମ୍ବର୍ଧନା

ଭୁବନେଶ୍ୱର: ସେପ୍ଟେମ୍ବର ୨ରୁ ୫ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ଖେଳାଯିବାକୁ ଥିବା ପ୍ରଥମ ଅନ୍ତର୍ଜାତୀୟ ଖୋ ଖୋ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିବା ସସ୍ମିତା ନାଥଶର୍ମା ଏବଂ ଅଜୟ ମାନ୍ଦ୍ରାଙ୍କୁ ରାଜ୍ୟ ସଂଘ ପକ୍ଷରୁ ସମ୍ବର୍ଧିତ କରାଯାଇଛି। ଅଜୟ ମାଲକାନାଗିରିର ବିରଳ ବଣ୍ଡା ଜନଜାତିର ହୋଇଥିବା ବେଳେ ସସ୍ମିତା ଜଗତସିଂହପୁର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି। ଉଭୟ ଗତ ଜାତୀୟ ବରିଷ୍ଠ ଏବଂ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଉଚ୍ଚକୋଟିର ପ୍ରଦର୍ଶନ କରିଥିଲେ। ପୂର୍ବାଞ୍ଚଳରେ ସସ୍ମିତା ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବୁଧବାର ଉଭୟଙ୍କୁ ଦୁଇଟି ସ୍ମାର୍ଟ ମୋବାଇଲ୍‌ ଫୋନ୍‌ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଧିତ କରାଯାଇଥିଲା। ଓଡ଼ିଶା ଖୋ ଖୋ ସଂଘ ସଭାପତି ନାରାୟଣ ମିଶ୍ର ଏବଂ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଧିତ କରିଥିଲେ।

ସମ୍ବନ୍ଧିତ ଖବର