ଏଆଇଏଫ୍‌ଏଫ୍‌ର ବେବି ଲିଗ୍‌ କର୍ମଶାଳା

କଟକ: ସର୍ବଭାରତୀୟ ଫୁଟବଲ୍‌ ମହାସ˚ଘ (ଏଆଇଏଫ୍‌ଏଫ୍‌)ପକ୍ଷରୁ ବେବି ଲିଗ୍‌ କର୍ମଶାଳା ଓସିଏ ସମ୍ମିଳନୀ ହଲ୍‌ରେ ଅନୁଷ୍ଠିତ ହୋଇଛି। ଏଆଇଏଫ୍‌ଏଫ୍‌ ବେବି ଲିଗ୍‌ ପ୍ରବନ୍ଧକ ଶ୍ରୀନିବାସ ସାଇମଣି ଏହି କର୍ମଶାଳାକୁ ପରିଚାଳନା କରିଥିଲେ। ୪ରୁ ୧୩ ବର୍ଷ ବୟସର ଖେଳାଳିମାନଙ୍କୁ ତାଲିମ ଦେବା ଓ ଫୁଟ୍‌ବଲ୍‌ର ଉନ୍ନତି ଦିଗରେ ଏହି ଲିଗ୍‌ କାର୍ଯ୍ୟ କରିବ। ଫାଓ ଉପସଭାପତି ଭକ୍ତବଲ୍ଲଭ ଦାସ, ବିଜୟ ଦାସଙ୍କ ସହିତ ୪୩ ଜଣ କର୍ମଶାଳାରେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର