ଗ୍ରାସ ଆଇଲେଟ (ସେଣ୍ଟ ଲୁସିଆ): ଶ୍ରୀଲଙ୍କାର ଅଧିନାୟକ ଦିନେଶ ଚାଣ୍ଡିମଲଙ୍କ ଉପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଆଚାର ସଂହିତା ଉଲଂଘନ ଅଭିଯୋଗ ଅଣାଯାଇଛି। ଚାଣ୍ଡିମଲଙ୍କୁ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ଜାରି ରହିଥିବା ୨ୟ ଟେଷ୍ଟ ମ୍ୟାଚ୍ର ୩ୟ ଦିନରେ ବଲକୁ କ୍ଷତି ପହଞ୍ଚାଇବା ଅଭିଯୋଗ ଆସିଛି। ଆଇସିସି ରବିବାର ଜାରି କରିଥିବା ଟୁଇଟର ପୋଷ୍ଟରେ ସ୍ପଷ୍ଟ କରିଛି ଯେ, ଶ୍ରୀଲଙ୍କାର ଅଧିନାୟକ ଚାଣ୍ଡିମଲ ଆଇସିସିର ଆଚାର ସଂହିତା ୨.୨.୯ ସ୍ତର ଉଲଂଘନ କରିଛନ୍ତି। ତେଣୁ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ବେନକ୍ରାଫ୍ଟଙ୍କ ବିରୋଧରେ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଲରେ ବାଲିକାଗଜ ଘଷିବା ନେଇ ଅଭିଯୋଗ ଆସିଥିଲା। ଏହି ଘଟଣାରେ ଅଷ୍ଟ୍ରେଲିଆର ଅଧିନାୟକ ସ୍ମିଥ ଓ ଉପ-ଅଧିନାୟକ ଡାଭିଡ ଓ୍ଵାର୍ଣ୍ଣରଙ୍କୁ ଟିମ୍ରୁ ବାହାର ହେବାକୁ ପଡ଼ିଛି। ସେହିପରି ଚାଣ୍ଡିମଲ ମଧ୍ୟ ବଲକୁ କ୍ଷତି ପହଞ୍ଚାଇଛନ୍ତି।
BREAKING: Sri Lanka captain Dinesh Chandimal has been charged for breaching Level 2.2.9 of the ICC Code of Conduct.
More to come… #WIvSL pic.twitter.com/EGU278hZug
— ICC (@ICC) June 17, 2018
ଆଇସିସି ନିଜର ଟୁଇଟରରେ କହିଛି, ଏହି ମାମଲାରେ ଆଗକୁ ସୂଚନା ଦିଆଯିବ। ଏହି କାରଣରୁ ୩ୟ ଦିନର ଖେଳ ବିଳମ୍ବରେ ଆରମ୍ଭ ହୋଇଛି। କିନ୍ତୁ ଟିମ ଏହି ମାମଲାକୁ ଖଣ୍ଡନ କରିଛି। କୁହାଯାଉଛି ଯେ, ଆଇସିସି ଖୁବ ଶୀଘ୍ର ଚାଣ୍ଡିମଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ।