ଆଫଗାନିସ୍ତାନକୁ ୩ ରନ୍‌ରେ ହରାଇଲା ବାଂଲାଦେଶ

ଆବୁଧାବି: ଏସିଆ କପ୍‌ରେ ଆଫଗାନିସ୍ତାନ ପାଇଁ ଲଗାତାର ମ୍ୟାଚ୍‌ରେ ବିଜୟ ହାତ ପାହାନ୍ତାରୁ ଖସି ଯାଇଛି। ଏକ ସୁପର୍‌-୪ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ରବିବାର ବାଂଲାଦେଶ ରୋମାଞ୍ଚକ ଭାବେ ୩ ରନ୍‌ରେ ହରାଇ ଦେଇଛି। ୨୫୦ ରନ୍‌କୁ ପିଛା କରିଥିବା ଆଫଗାନିସ୍ତାନ ହସମ୍ମାତୁଲ୍ଲା ସାହିଦି (୭୧, ୯୯ ବଲ୍‌, ୫ ଚୌକା) ଏବଂ ମହମ୍ମଦ ସେହଜାଦ୍‌ (୫୩, ୮୧ ବଲ୍‌, ୮ ଚୌକା) ବଳରେ ବିଜୟର ନିକଟତର ହୋଇଥିଲେ ମଧ୍ୟ ଶେଷ ବଲ୍‌ରେ ଚୌକା ମାରି ନ ପାରି ୨୪୬/୭ରେ ସୀମିତ ରହିଥିଲା। ପୂର୍ବରୁ ବାଂଲାଦେଶର ସମ୍ମାନ ରଖିଥିଲେ ମହମ୍ମଦୁଲ୍ଲା (୭୪, ୮୧ ବଲ୍‌, ୩ ଚୌକା, ୨ ଛକା) ଏବଂ ଦଳକୁ ଫେରିଥିବା ଇମ୍ରୁଲ କୟେସ୍‌ (୭୨*, ୮୯ ବଲ୍‌, ୬ ଚୌକା)। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୮୭ ରନରେ ୫ ଓ୍ଵିକେଟ୍‌ ହରାଇଥିବାବେଳେ ଏହି ଭାଗୀଦାରି ଷଷ୍ଠ ଓ୍ଵିକେଟ୍‌ରେ ୧୨୮ ରନ୍‌ ଯୋଡ଼ି ଦଳକୁ ୨୪୯ ରନର ଲଢ଼ୁଆ ସ୍କୋର୍‌ ପ୍ରଦାନ କରିଥିଲେ।

ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ୫୦ ଓଭରରେ ୨୪୯/୭ (ମାହମ୍ମଦୁଲ୍ଲା-୭୪, ଇମରୁଲ୍‌ କୟେସ୍‌-୭୨*, ଲିଟନ୍‌ ଦାସ-୪୧, ମୁସଫିକର ରହିମ୍‌-୩୩, ଅଫତାବ ଆଲାମ୍‌-୩/୫୪, ମୁଜିବ୍‌ ଉର୍‌ ରେହମାନ୍‌-୧/୩୫, ରସିଦ୍‌ ଖାନ୍‌-୧/୪୬)। ଆଫଗାନିସ୍ତାନ ୫୦ ଓଭରରେ ୨୪୬/୭ (ମହମ୍ମଦ ସେହଜାଦ-୫୩, ହସମ୍ମାତୁଲ୍ଲା ସାହିଦି-୭୧, ଅସଗର ଆଫଗାନ୍‌-୩୯, ମହମ୍ମଦ ନବି-୩୮, ସମିଉଲ୍ଲା ସେନଓ୍ଵାରି-୨୩*, ମସରାଫ୍‌ ମୋର୍ତାଜା-୨/୬୨, ମହମ୍ମଦୁଲ୍ଲା-୧/୧୭, ମୁସ୍ତାଫିଜୁର୍‌ ରେହମାନ୍‌-୨/୪୪, ସକିବ୍‌ ଅଲ୍‌ ହାସନ୍‌-୧/୫୫)।

ସମ୍ବନ୍ଧିତ ଖବର