ହାଇଦ୍ରାବାଦ ଆଗରେ ୨୧୯ରନର ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ବାଙ୍ଗାଲୁରୁ : ବାଙ୍ଗାଲୁରୁର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୫୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଚର୍ସ ବାଙ୍ଗାଲୋର ସନରାଇଜର୍ସ ହାଇଦ୍ରାବାଦ ଆଗରେ ୨୧୯ ରନର ଲକ୍ଷ୍ୟ ରଖିଛି । ବାଙ୍ଗାଲୋର ପକ୍ଷରୁ ଏବି ଡିଭିଲିୟର୍ସ ମାତ୍ର ୩୯ ବଲରେ ୬୯ ରନ ଓ ମୋଇନ ଅଲି ୩୪ ବଲରେ ୬୫ ରନ ସଂଗ୍ରହ କରିଥିଲେ । କଲିନ ଡି ଗ୍ରାଣ୍ଡମ ୧୭ ବଲରେ ୪୦ ରନ ସଂଗ୍ରହ କରିଥିଲେ । ହାଇଦ୍ରାବାଦ ଦଳ ତରଫରୁୁ ରସିଦ ଖାଁ ୨୭ ରନ ଦେଇ ୩ଟି ଓ୍ଵିକେଟ ନେଇଥିଲେ ଓ ସିଦ୍ଧାର୍ଥ କଲ ୪୪ ରନ ଦେଇ ୨ ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର