ଆଇପିଏଲ୍‌: ୬ଟି ପରାଜୟ ପରେ ବେଙ୍ଗାଲୁରୁର ପ୍ରଥମ ବିଜୟ, କିଙ୍ଗସ୍‌ ଏକାଦଶ ପଞ୍ଜାବକୁ ୮ ୱିକେଟରେ ପରାସ୍ତ କଲା ବେଙ୍ଗାଲୁରୁ

ମୋହାଲି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌ ୧୨)ର ଶନିବାର ମ୍ୟାଚରେ ବେଙ୍ଗାଲୁରୁ ପ୍ରଥମ ବିଜୟ ହାସଲ କରିଛି । ଦ୍ୱିତୀୟ ପାଳିରେ ୧୭୪ ରନ୍‌ର ପିଛା କରି ବେଙ୍ଗାଲୁରୁ ୧୯.୨ ଓଭରରେ ୨ ଓ୍ଵିକେଟ ହରାଇ ଏହି ଲକ୍ଷ୍ୟକୁ ପୁରା କରିଛି । ବେଙ୍ଗାଲୁରୁ ପକ୍ଷରୁ ଏବିଡି ୫୯ ରନ୍‌ (୩୮ ବଲ୍‌ ୫ ଚଉକା ୨ଛକା) କରଥିବା ବେଲେ ବିରାଟ କୋହଲି ୩୭ଟି ବଲ ଖେଳି ୫୦ ରନ୍‌ ପୂରଣ କରିଥିଲେ। ଏଥିରେ ୭ଟି ଚୌକା ସାମିଲ ଥିଲା। ବେଙ୍ଗାଲୁରୁ ୧୦ ଓଭରରେ ଗୋଟିଏ ଓ୍ଵିକେଟ ହରାଇ ୮୮ ରନ୍‌ କରିଥିଲା। ସ୍କୋର ୪୩ ରନ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲରେ ପାର୍ଥିବ ପଟେଲ ଆଉଟ୍‌ ହୋଇଥିଲେ। ପାଭଲିଅନ ଫେରିବା ପୂର୍ବରୁ ପାର୍ଥିବ ୯ଟି ବଲ ଖେଳି ୧୯ ରନ୍‌ କରିଥିଲେ। ଏହି ବିଜୟ ସହ ବେଙ୍ଗାଲୁରୁ ୨ ପଏଣ୍ଟ ହାସଲ କରିଛି ।

ପ୍ରଥମ ଇନିଂସରେ କ୍ରିସ୍‌ ଗେଲ୍‌ ଶନିବାର ବିସ୍ଫୋରକ ଅପରାଜିତ ୯୯ ରନ୍‌ କରିଥିଲେ। ଗେଲ ୬୪ଟି ବଲ ଖେଳି ୧୦ଟି ଚୌକା ଓ ୫ଟି ଛକା ମାରିଥିଲେ। ସ୍ଥାନୀୟ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମ୍‌ରେ ବେଙ୍ଗାଲୁରୁ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିଙ୍ଗସ୍‌ ଏକାଦଶ ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୭୩ ରନ୍‌ କରିଥିଲା। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧୭୪ ରନ୍‌ ଟାର୍ଗେଟ ମିଳିଥିଲା।

ପଂଜାବ ୬.୨ ଓଭରରେ ସ୍କୋର ୬୬ ରନ୍‌ରେ ପ୍ରଥମ ଓ୍ଵିକେଟ ଭାବେ ଲୋକେଶ ରାହୁଲଙ୍କୁ ହରାଇଥିଲା। ସେହିପରି ଦ୍ୱିତୀୟ ଓ୍ଵିକେଟରେ ୨୦ ରନ୍‌ ହାସଲ କରିଥିଲା। ମୟଙ୍କ ଅଗ୍ରଓ୍ଵାଲ ନିଜର ବ୍ୟକ୍ତିଗତ ସ୍କୋର ୧୫ ରନରେ ୟୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ସେହିପରି ବେଙ୍ଗାଲୁରୁର ୩ୟ ଶିକାର ହୋଇଥିଲେ ସରଫରାଜ ଖାନ (୧୫ ରନ, ୧୩ ବଲ)। ସେ ଟିମ୍‌ର ସ୍କୋର ୧୧୦ ରନ୍‌ରେ ଆଉଟ୍‌ ହୋଇଥିଲେ। ବେଙ୍ଗାଲୁରୁର ୪ର୍ଥ ଶିକାର ସାମ୍‌ କୁରାନ ହୋଇଥିଲେ। ୧୩.୫ ଓଭରରେ କୁରାନ ମୋଇନ ଅଲିଙ୍କ ଦ୍ୱାରା ଆଉଟ୍‌ ହେବା ପୂର୍ବରୁ ୧ ରନ କରି ପାଭଲିଅନ ଫେରିଥିଲେ।

ସମ୍ବନ୍ଧିତ ଖବର