ବାଙ୍ଗାଲୋରର ବୃହତ ବିଜୟ, ୧୦ ଓ୍ଵିକେଟରେ ଜିତିଲା

ଇନ୍ଦୋର : ଇନ୍ଦୋରର ହୋଲକାର ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୮ ତମ ମ୍ୟାଚରେ ଶୋଚନୀୟ ଭାବେ ପରାଜୟ ବରଣ କରିଛି କିଙ୍ଗସ ଏକାଦଶ ପଂଜାବ । ଦଳର ୮୯ ରନ ଟାର୍ଗେଟକୁ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ମାତ୍ର ୮.୧ ତମ ଓଭରରେ ହାସଲ କରିନେଇଥିଲା । ବାଙ୍ଗାଲୋର ଦଳ ପକ୍ଷରୁ ଅଧିନାୟକ ବିରାଟ କୋହଲି ୪୮ ରନ ଓ ପାର୍ଥିବ ପଟେଲ ୪୦ ରନ କରିଥିଲେ ।

ଏହା ପୂର୍ବରୁ ପଂଜାବ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏହି ଦଳ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରର ବୋଲିଂ ଆକ୍ରମଣକୁ ସମ୍ମୁଖୀନ ହୋଇ ନପାରି ମାତ୍ର ୮୮ରନରେ ଅଲଆଉଟ ହୋଇଯାଇଛି । ଦଳ ପକ୍ଷରୁ ଆରନ ଫିଞ୍ଚ୍‌ ସର୍ବାଧିକ ୨୬ ରନ ଓ କେଏଲ ରାହୁଲ ୨୧ ସଂଗ୍ରହ କରିଥିଲେ । ପିଞ୍ଚ ଆଉଟ ହେବା ପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇ ମାତ୍ର ୧୦ ଭିତରେ ଦଳ ଅଲଆଉଟ ହୋଇଯାଇଥିଲା । ପଂଜାବ ଦଳ ୨୦ ଓଭର ଖେଳି ନପାରି ୧୫ ଓଭରରେ ହିଁ ଅଲଆଉଟ ହୋଇଯାଇଥିଲା । ବାଙ୍ଗାଲୋର ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୩ଟି ଓ୍ଵିକେଟ ନେଇଛନ୍ତି । ସେହିପରି ମହମ୍ମଦ ସିରାଜ, ଚହଲ , କଲିନ ଗ୍ରାଡୋମ ଓ ମୋଇନ ଅଲି ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ । ଏହି ବିଜୟ ସହ ବାଙ୍ଗାଲୋର ୧୨ ଟି ମ୍ୟାଚରୁ ୫ ବିଜୟ ଓ ୭ ପରାଜୟ ସହ ୧୦ ପଏଣ୍ଟ ପାଇଛି । ସେହିପରି ପଂଜାବ ୧୨ଟି ମ୍ୟାଚରୁ ୬ ବିଜୟ ଓ ୬ ପରାଜୟ ସହ ୧୨ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର