ଡେରାଡୁନ୍: ବାଂଲାଦେଶ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ଆଫଗାନିସ୍ତାନ ୩-୦ରେ ମୂୂଳପୋଛ ଭାବେ ଜିତି ନେଇଛି। ଗୁରୁବାର ବାଂଲାଦେଶ ତୃତୀୟ ମ୍ୟାଚ୍ରେ ରୋମାଞ୍ଚକ ଭାବେ ୧ ରନ୍ରେ ହାରିଯାଇଥିଲା। ବାଂଲାଦେଶ ଶେଷ ଓଭରରୁ ୯ ରନ୍ କରି ନ ପାରି ହାରିଯାଇଥିଲା। ପୁଣି ଥରେ ୧୯ ବର୍ଷୀୟ ଲେଗ୍ସ୍ପିନର୍ ରସିଦ୍ ଖାନ୍ ହିଁ ନାୟକ ସାଜିଥିଲେ। ଶେଷ ଓଭରରେ ମାତ୍ର ୭ ରନ୍ ଦେଇ ବିସ୍ଫୋରକ ମୁସଫିକର୍ ରହିମ୍ (୪୬, ୩୭ ବଲ୍, ୭ ଚୌକା)ଙ୍କ ଓ୍ଵିକେଟ୍ ନେଇଥିଲେ। ଶେଷ ବଲରୁ ଚୌକା ଆବଶ୍ୟକ ପଡ଼ିଥିବା ବେଳେ ନବାଗତ ଆରିଫ୍ ହକ୍ ୨ ରନ୍ ନେଇ ପାରିଥିଲେ। ବିଜୟୀ ରନ୍ ପାଇଁ ପ୍ରୟାସ କରି ମାହମ୍ମଦୁଲ୍ଲା (୪୫, ୩୮ ବଲ୍, ୩ ଚୌକା, ୨ ଛକା) ରନ୍ ଆଉଟ୍ ହୋଇଯାଇଥିଲେ। ରସିଦ୍ ଖାନ୍ ନିଜର ଶେଷ ୨ ଓଭରରେ ମାତ୍ର ୧୦ ରନ୍ ଦେଇ ୪-୦-୨୪-୧ ବୋଲିଂ ଚିତ୍ର ପାଇବା ତାଙ୍କୁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ଦେଇଥିଲା। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ ମୁସଫିକର୍ ରହିମ୍।
Sambad is now on WhatsApp
Join and get latest news updates delivered to you via WhatsApp
ସଂକ୍ଷିପ୍ତ ସ୍କୋର: ଆଫଗାନିସ୍ତାନ ୨୦ ଓଭରରେ ୧୪୫/୬ (ସାମିଉଲ୍ଲା ସେନେଓ୍ଵାରି-୩୩*, ମହମ୍ମଦ ସେହଜାଦ୍-୨୬, ନଜମୁଲ୍ ଇସ୍ଲାମ୍-୨/୧୮, ଅବୁ ଜାୟେଦ୍-୨/୨୭, ଅରିଫ୍ ହକ୍-୧/୧୩, ସକିବ୍ ଅଲ୍ ହାସନ୍-୧/୧୬)। ବାଂଲାଦେଶ ୨୦ ଓଭରରେ ୧୪୪/୫ (ମୁସଫିକର୍ ରହିମ୍-୪୬, ମାହମ୍ମଦୁଲ୍ଲା-୪୫, ରସିଦ୍ ଖାନ୍-୧/୨୪, ମୁଜିବ ଉର୍ ରହମାନ୍-୧/୨୫, କରିମ୍ ଜମାତ୍-୧/୪୪)।