ଡିଭିଲିୟର୍ସ ଝଡ଼ : ୬ ୱିକେଟରେ ଜିତିଲା ବାଙ୍ଗାଲୋର

ବାଙ୍ଗାଲୋର: ସ୍ଥାନୀୟ ଏମ.ଚିତ୍ତାସ୍ାମୀ ଷ୍ଟାଡିୟମଠାରେ ଅନୁଷ୍ଠିତ ଆଇପିଏଲ ୨୦୧୮ର ୧୯ ତମ ଲିଗ ମ୍ୟାଚରେ ଦେଖିବାକୁ ମିଳିଛି ଏବି ଡିଭିଲିୟର୍ସ ଝଡ଼ । ଏହି ଝଡ଼ରେ ଦିଲ୍ଲୀ ଡେୟାରଡେଭିଲ୍ସ ଧରାଶାୟୀ ହୋଇଯାଇଛି । ଡିଭିଲିୟର୍ସ ମାତ୍ର ୩୯ ବଲରେ ଅବିଶ୍ୱସନୀୟ ବ୍ୟାଟିଂ କରି ୫ ଛକା ଓ ୧୦ ଚୌକା ବଳରେ ୯୦ ରନ କରି ଦିଲ୍ଲୀ ହାତରୁ ମ୍ୟାଚ ଛଡାଇନେଇଥିଲେ । ଅଧିନାୟକ ବିରାଟ କୋହଲି ମଧ୍ୟ ୨୬ ବଲରେ ୩୦ ରନ କରିଥିଲେ । ଏହା ଫଳରେ ୨ ଓଭର ବାକି ଥାଇ ବାଙ୍ଗାଲୋର ମ୍ୟାଚ ଜିତିନେଇଥିଲା ।

ଏହା ପୂର୍ବରୁ ଦିଲ୍ଲୀ ଡେୟାରଡେଭିଲ୍ସ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ୧୭୫ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । ବାଙ୍ଗାଲୋର ଅଧିନାୟକ ବିରାଟ କୋହଲୀ ଟସ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଦିଲ୍ଲୀ ପ୍ରାରମ୍ଭରୁ ହିଁ ଦୁଇ ଓପନ ଗୌତମ ଗମ୍ଭୀର ଓ ଜାସନ ରଏଙ୍କୁ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ଶ୍ରେୟାସ ଆୟାର ଓ ରିସଭ ପ୍ୟ ସତର୍କତାର ସହ ଖେଳି ଟିମକୁ ବିପଦରୁ ଉଦ୍ଧାର କରିଥିଲେ । ରିଶଭ ପ୍ୟ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୮ ବଲରେ ୮୫ ରନ କରି ଆଣ୍ଡରସନଙ୍କ ବଲରେ ଡିଭିଲିୟର୍ସଙ୍କ ହାତରେ ଧରା ପଡିଥିଲେ । ଶ୍ରେୟସ ଆୟାର ୩୧ ବଲରେ ୫୨ ରନ କରିଥିଲେ । ତେବେ ଏହି ଭାଗିଦାରୀ ଭାଙ୍ଗିବା ପରେ ପୁଣି ଥରେ ଦିଲ୍ଲୀର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବାଙ୍ଗାଲୋର ତରଫରୁ ୟୁଜବେନ୍ଦ୍ର ଚହଳ ୨୨ ରନ ଦେଇ ୨ ୱିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର