ଅବିନାଶଙ୍କୁ ‘ବାଣୀ ବିଶାରଦ’ ସମ୍ମାନ

ଭୁବନେଶ୍ୱର: କ୍ରୀଡ଼ା ଭାଷ୍ୟକାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୁବ ଭାଷ୍ୟକାର ଅବିନାଶ ସାମଲଙ୍କୁ ‘ବାଣୀ ବିଶାରଦ’ ସମ୍ମାନ ମିଳିଛି। ଜୟଦେବ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ କୁମାର ସାମଲ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟଶାଣୀ, ଆୟକର କମିଶନର ଶରତ କୁମାର ଦାସ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଜନନୀ ଫାଉଣ୍ଡେସନ୍‌ ନିର୍ଦେଶିକା ମୋନାଲିସା ରଥ ଓ ସଂପାଦିକା ମନୋରମା ଦାସ ଅତିଥି ଭାବେ ଯୋଗଦେଇ ଅବିନାଶଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଧିତ କରିଥିଲେ। ଅବିନାଶ ଓଡ଼ିଶା ପ୍ରିମିୟର ଲିଗ୍‌ ବ୍ୟତୀତ ଚଳିତବର୍ଷ ଓଡ଼ିଶାରେ ଆୟୋଜିତ ଦୃଷ୍ଟିହୀନ ଟେ୍ଵଣ୍ଟି-୨୦ ବିଶ୍ୱକପ୍‌ର ଭାରତ-ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ରେ ମଧ୍ୟ ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ।

ସମ୍ବନ୍ଧିତ ଖବର