ବାରବାଟୀ ବିଭ୍ରାଟର ଶିକାର ହେଲେ କିମ୍ବଦନ୍ତୀ

ଭୁବନେଶ୍ୱର: ବାରବାଟୀ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ଟିକେଟ୍‌ ବିକ୍ରିଠାରୁ ଆରମ୍ଭ କରି ପରିଚାଳନା ଗତ ବିଭ୍ରାଟ ଏଥର ଚରମ ସୀମାରେ ପହଞ୍ଚିଥିଲା। କେଉଁଠି ହାତ ଗଳି ପାରୁନଥିଲା, କିନ୍ତୁ ଅନ୍ୟତ୍ର ହାତୀ ଗଳିଯାଉଥିଲ। ଏହା ସୁରକ୍ଷା ଅବ୍ୟବସ୍ଥାକୁ ପଦାରେ ପକାଇଥିଲା। ଯାହାର ଶିକାର ହୋଇଥିଲେ ଦେଶର କ୍ରିକେଟ୍‌ କିମ୍ବଦନ୍ତୀମାନେ। ହର୍ଷ ଗେଟ୍‌ (ନମ୍ବର-୭)ର ପାସ୍‌ ଥାଇ ମଧ୍ୟ ସେମାନଙ୍କ ଗାଡ଼ିକୁ ଛଡ଼ାଯାଇ ନ ଥିଲା। ବୁଝିବାକୁ ଅକ୍ଷମତା ପ୍ରକାଶ କରିଥିଲେ ସୁରକ୍ଷାକର୍ମୀ। ବିଜେଡ଼ି ନେତା, ପୁଲିସ୍‌ ବଡ଼ବାବୁ, ମନ୍ତ୍ରୀଙ୍କ ପାଇଁ କିଛି କଟକଣା ନ ଥିଲା କିନ୍ତୁ ହନ୍ତସନ୍ତ ହୋଇ ପ୍ରାୟ ଦେଢ଼ କିଲୋମିଟର୍‌ ଚାଲି ଚାଲି ଜନଗହଳି ପାର ହୋଇଥିଲେ ଏହି ବିଗତ ଦିନର କ୍ରିକେଟ୍‌ରମାନେ। ଷ୍ଟାର୍‌ ସ୍ପୋର୍ଟସ ଏବଂ ବିସିସିଆଇ ଟିଭି ପାଇଁ ଭାଷ୍ୟକାର ଦାୟିତ୍ୱରେ ଆସିଥିବା ଏହି ପୂର୍ବତନ ମହାନ୍‌ ଖେଳାଳିଙ୍କ ମଧ୍ୟରେ ଥିଲେ-ସୁନୀଲ ଗାଭାସ୍କର, ବୀରେନ୍ଦ୍ର ସେହବାଗ, ସଂଜୟ ମଞ୍ଜରେକର, ହର୍ଷ ଭୋଗ୍‌ଲେ, ଗ୍ରେମ୍‌ ସ୍ମିଥ୍‌, ରସେଲ୍‌ ଆର୍ନୋଲ୍‌ଡ, ସବା କରିମ୍‌, ଭିଭିଏସ୍‌ ଲକ୍ଷ୍ମଣ, ମୁରଲୀ କାର୍ତିକ ଏବଂ ଷ୍ଟୁଆର୍ଟ ବିନ୍ନିଙ୍କ ଭାଷ୍ୟକାର ପତ୍ନୀ ମୟନ୍ତୀ ଲାଙ୍ଗର।

ସମ୍ବନ୍ଧିତ ଖବର